Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

4.0  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା

ପଦଟିଏ ତୋ ନାଁରେ ପ୍ରିୟା

1 min
260



ଉଡନ୍ତା କେଶରେ ଓଢଣି ପଡିବ

ଚନ୍ଦ୍ର ବଦନରେ ସୂର୍ଯ୍ୟ ଝଲସିବ

ଦୁଇଟି ଠିକଣା ଏକ ହୋଇଯିବ

ଦୁଇ ଶ୍ଵାସକ୍ରିୟା ସାଥୀରେ ଚାଲିବ

ପ୍ରିୟତମା , କେବେ ସେ ଦିନ ଆସିବ ?


ଲୁଚି ଲୁଚି ଆଉ ମିଳନ ନୋହିବ

ଚୋରା ପୀରତିର ଦିନ ଶେଷ ହେବ

ମୁହଁ ନ ଘୋଡାଇ ଗାଡିରେ ବସିବ   

ବାଇଶି ପାହାଚେ ନ ଡରି ଗପିବ

ପ୍ରିୟତମା , କେବେ ସେ ଦିନ ଆସିବ ?


ବାହାରିବା ପାଇଁ ବାହାନା ସରିବ

ଘରକୁ ଫେରିବା ବାହାନା ଖୋଜିବ

ନିଃଶବ୍ଦ ପାଉଁଜି ରୁଣୁଝୁଣୁ ହେବ

ଶଙ୍ଖାର ଶବଦ ଶୃଙ୍ଗାର ରଚିବ

ପ୍ରିୟତମା , କେବେ ସେ ଦିନ ଆସିବ ?



Rate this content
Log in

Similar oriya poem from Romance