ଚକାନୟନ
ଚକାନୟନ
ଜ୍ଞାନ ଯଦି ହୁଏ ସପତ ସାଗର
ମୋ ଜ୍ଞାନ ବିନ୍ଦୁ ଠୁ ହୀନ
ସେହି ସ୍ୱଳ୍ପ ଜ୍ଞାନ ଏତିକି କହୁଛି
ସତ୍ୟ ସେ ଚକାନୟନ
ଯିଏ ଦିଏ ହସ ଯିଏ ଦିଏ କାନ୍ଦ
ଯେ ବୁଝେ ସଭିଙ୍କ ମନ
ମୋର ସ୍ୱଳ୍ପ ଜ୍ଞାନ ଏତିକି କହୁଛି
ସେ ଏକା ଚକାନୟନ
ମୋର ସ୍ୱଳ୍ପ ଜ୍ଞାନ ଏହା ବି କହୁଛି
ସତ୍ୟ ସ୍ନେହ ଆଉ ପ୍ରେମ
ଖୋଲା ହୃଦୟରେ ତାହା ମୁଁ ଦେଉଛି
ସାକ୍ଷୀ ମୋ ଚକାନୟନ
ଚିତ୍ତରଞ୍ଜନ ଲେଙ୍କା
କଟକ