Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prajna Paramita Mohanty

Romance

3  

Prajna Paramita Mohanty

Romance

ନିର୍ମୋହ ନୈବେଦ୍ୟ

ନିର୍ମୋହ ନୈବେଦ୍ୟ

1 min
525


ନିର୍ଜନ ରଜନୀ ଆଉ

 ନିରୋଳା ପରିବେଶ

ନିଦ୍ରିତ ପୃଥିବୀ ପୁଣି 

 ନିଶ୍ଚୁପ ଆକାଶ |୧|


ନିଃସ୍ଵ ମୋର ଏ ଜୀବନେ

 ନାହିଁ ଲୋଡା କିଛି

ନିଜ ମଧ୍ୟେ ଜାଳିବାକୁ 

 ନିଃସଙ୍ଗତା ଆଜି |୨|


ନିଃସର୍ତ୍ତ ପ୍ରେମରେ ବନ୍ଧା

 ନିରୀହତା ମୋର 

ନିରବଧି ବିତିଯାଉ

 ନିକଟରେ ତା'ର |୩|


ନିତି ତାକୁ ଦେଖୁଥିବି

 ନିଃସଙ୍କୋଚେ ବସି

ନିନ୍ଦିବି କି ଆଉ ଅବା

 ନିରାଶାରେ ହସି |୪|


ନିର୍ବାଣ ଯେ ଲୋଡା ନାହିଁ

 ନିମଗ୍ନତା ଚାହେଁ 

ନିର୍ବିବାଦେ କାଟି ଦେବି 

 ନିଜ ମଧ୍ୟେ ଭୟେ |୫|


ନିୟତିର ଆହ୍ଵାନରେ 

 ନିୟମରେ ବନ୍ଧା 

ନର୍ତ୍ତକୀ ମୁଁ ସାଜିଅଛି

 ନୂପୁରରେ ଛନ୍ଦା |୬|


ନାନ୍ଦନିକ ଦୃଶ୍ୟ ପ୍ରାୟ

 ନୃତ୍ୟରତା ସ୍ଥିତି

ନଶ୍ଵର ନ ହେଉ ଆଜି

 ନିରପେକ୍ଷ ପ୍ରୀତି |୭|


ନିଜ ହୃଦେ କରେ ତା'ର

 ନିଭୃତ ଅର୍ଚ୍ଚନା

ନିରାକାର ଚରଣେ ମୋ

 ନୀରବ ପ୍ରାର୍ଥନା |୮|


Rate this content
Log in