STORYMIRROR

Purnima Prusty

Inspirational

4  

Purnima Prusty

Inspirational

ନାରୀର ଅଂହକାର

ନାରୀର ଅଂହକାର

1 min
395

ମୁଁ ନାରୀ


ଜଳି ପାରିବି ପ୍ରେମର ଅଗ୍ନିରେ

ଜାଳି ବି ପାରିବି ଲୁହର ଉତ୍ତପ୍ତ ବର୍ଷାରେ


ମାଂସ ପିଣ୍ଡୁଳାକୁ ନିଜ ଗର୍ଭରେ ରଖି ଦୁନିଆର ଆଲୋକ ଦେଖେଇ ପାରୁଛି ମୁଁ

କିଏ କହିଲା ମୁଁ ଅବଳା

ଜରୁରୀ ପଡିଲେ ମୋ ଉପରେ ହେଉ ଥିବା ଅତ୍ୟାଚାର ପାଇଁ 

ଅନେକଙ୍କ ଜୀବନ ଦୀପକୁ ଲିଭେଇ ବି ପାରିବି କ୍ଷଣକ ଭିତରେ


ମୁଁ ଗୋଲାମି କରିପାରେ ସ୍ନହ ଶ୍ରଦ୍ଧାର 

ଆବଶ୍ୟକ ହେଲେ ସାରା ବ୍ରହ୍ମାଣ୍ଡକୁ କ୍ରୀତଦାସ କରି ରଖି ପାରିବି ମୋ ପାଦ ତଳେ


ମୁଁ ସଜାଡି ପାରିବି ଅପାରଗ ହୃଦୟକୁ ନିଜର ହୃଦୟସ୍ପର୍ଶୀ ଭାଷାରେ

ମୁହୂର୍ତ୍ତରେ ଭାଙ୍ଗି ବି ପାରିବି ଦର୍ପ ଅଂହକାର ବୋଳା କଠୋର ମନକୁ 

ମୋର ସେଇ ଧାରୁଆ ଶବ୍ଦର ଛୁରୀରେ


ମୁଁ ସେଇ ନାରୀ 

ଯିଏ ସତୀତ୍ୱର ଅଗ୍ନି କୁଣ୍ଡରେ ଜଳି ନ ଥିଲା 

ମାତ୍ର ଜାଳି ଦେଇଥିଲା ସବୁ ବୃଥା ସନ୍ଦେହକୁ

ମୁଁ ପାରିଲେ 

ଗୋଟେ ରାତିକୁ ସାତ ରାତି ବି କରେଇଦେବି ନିଜର ତପସ୍ୟା ବଳରେ 


ସେଇ ନାରୀ ଯିଏ ଯଜ୍ଞ କୁଣ୍ଡରେ ଜଳି ଯାଇ 

ପତିର ସମ୍ମାନ ଯୁଗେ ଯୁଗେ ସ୍ମରଣ ରଖିଗଲା


ସେଇ ନାରୀ ମୁଁ 

ଅହଲ୍ୟା ପରି ପଥର ବି ସାଜି ପାରିବି ପତିର ଆଦେଶରେ 

ବିନା ଭୁଲରେ ବର୍ଷ ବର୍ଷ ଯୁଗ ଯୁଗ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational