Audio

Forum

Read

Contests

Language


Write

Sign in
Wohoo!,
Dear user,
ଏତିକି ମାଗୁଣି
ଏତିକି ମାଗୁଣି
★★★★★

© Pramod Kumar Jena

Comedy

1 Minutes   20.1K    6


Content Ranking

ଚାକିରି କରିଲି         ଜମି ବାଡି କଲି

ଏବେ ତ କିଣିଛି ଗାଡି

ଭୋଗ କରିବାକୁ       ସମୟ ପାଇନି

   କେମିତି ଯିବି ମୁଁ ଛାଡି???

 

ଚୁଟି କଳା କଲି        ଦାନ୍ତ ଲଗେଇଲି

ଆଣ୍ଠୁକୁ ଧରୁଛ ଯୋଡି

ସଦାବେଳେ ଯଦି         ପଛରୁ ଟାଣିବ

    କେମିତି ଚାଲିବ ଗାଡି???

 

ଟିକିଏ ଧାଇଁଲେ       ଛାତି ଧଡ ଧଡ

ଅଣ୍ଟାକୁ ହେଲାଣି ବାତ

ରୋଗ ବଇରାଗ    ଏତେ ଯଦି ଦେବ

     କିଆଁ ପଠେଇଲ ମର୍ତ୍ତ୍ୟ???

 

ତୃତୀୟ ମହଲା        ଛାତ ବାକି ଅଛି

ଅଧା ହେଇଛି ପାଚେରୀ

ଆମ୍ବଟେ ଚାଖିବି       ଗଛ ଲଗେଇଛି

ଚାରି ଧାମ ତୀର୍ଥ ସାରି

 

ପରଷିବ ବୋହୁ        ଘରକୁ ଆଣିଛି

ଆସିବ କେବେ ନାତିଆ

ଆଉ ଦୁଇ କୋଡି      ବୟସ ମାଗୁଛି

ଯମ ଦେବ ହୁଅ ସାହା

ମାଗୁଣି

Rate the content


Originality
Flow
Language
Cover design

Comments

Post


Some text some message..