ବିଭିନ୍ନ ସମ୍ବନ୍ଧ
ବିଭିନ୍ନ ସମ୍ବନ୍ଧ
ଏହି ଦୁନିଆରେ ଅଛନ୍ତି ଭିନ୍ନ ବିଭିନ୍ନ ସମ୍ବନ୍ଧ,
ମାତାର ଅଛି ସନ୍ତାନ ସହ ଅସୀମ ଅନୁବନ୍ଧ,
ପିତା ଦେଇ ଦିଏ ସନ୍ତତିକୁ ସୌହାର୍ଦ୍ଦ ସୁଗନ୍ଧ,
ଗୁରୁ-ଶିଷ୍ୟଙ୍କର ଅଛି ଏକ ଜ୍ଞାନକୋଷ ବନ୍ଧ
ପିଲାଦିନ ସାଙ୍ଗ ହେଲେ ସୁନ୍ଦର ସଂଯୋଗ,
ସମସ୍ତଙ୍କୁ ମିଳେନି ଏହି ଅତି ସୁନ୍ଦର ସୁଯୋଗ,
ସବୁ ସମ୍ପର୍କଙ୍କ ଜୀବନ ରେ ଆସିଛି ନିଜ ଭାଗ,
ସମସ୍ତ ସମ୍ଭନ୍ଧଙ୍କର କରିବାର ଅଛି ଉପଭୋଗ