Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Inspirational

3  

Rama chandra Pradhan

Abstract Inspirational

ତ୍ରିରଙ୍ଗା

ତ୍ରିରଙ୍ଗା

1 min
212


ତ୍ରିରଙ୍ଗା ଆମର ଜାତୀୟ ପତାକା

ଉଡୁଥାଏ ଫରଫର

ନାରଙ୍ଗୀ,ଧବଳ ସବୁଜ ରଙ୍ଗରେ

ଦିଶଇ କେଡ଼େ ସୁନ୍ଦର l

ସତ୍ୟ, ଶାନ୍ତି, ମୈତ୍ରୀ ପ୍ରଗତି ପ୍ରତୀକ

ଆମ ଏ ତ୍ରିରଙ୍ଗା ବାନା

ସର୍ବେ ହୋଇ ଏକ ଉଡ଼ାଇବା ଆସ

ସପନକୁ କରି ସୁନା l

ସୀମାନ୍ତରେ ଉଡ଼ି ବଖାଣିଥାଏ ସେ

ସଂଗ୍ରାମୀ ବୀରଙ୍କ କଥା

ମହାନ ଜାତିର ପରିଚୟ ସିଏ

ଗୌରବର ମହା ଗାଥା l

ଜାତି, ଧର୍ମ, ବର୍ଣ୍ଣ ସବୁରି ଉର୍ଦ୍ଧରେ

ଗର୍ବେ ଉଡୁଥାଏ ସିଏ

ଦେଶପ୍ରେମ ବହ୍ନି ପ୍ରଜ୍ବଳିତ କରି

ଆମକୁ ସାହସ ଦିଏ l

ଏକତାର ସୂତ୍ରେ ସମସ୍ତଙ୍କୁ ବାନ୍ଧି

ବୀରତ୍ୱର କଥା କହେ

ଏ ଜାତିର ଟେକ ରଖିବା ପାଇଁ ସେ

ସବୁ ମଥାପାତି ସହେ l



Rate this content
Log in

Similar oriya poem from Abstract