ପୃଥିବୀ
ପୃଥିବୀ
ମା ପରି
କୋଳରେ ତାହାର
ସ୍ଥାନ ଦେଇଛି ଅସଂଖ୍ୟ ଜୀବନ ,
ଜୀବ ନିର୍ଜୀବର ଭେଦଭାବ ନାହିଁ
କୋଳେଇ ନେଇଛି
ତାର ପ୍ରାଣପ୍ରିୟ ସନ୍ତାନ...!
ବକ୍ଷ ଚିରି ତାର ଦେଇଛି ଅଜାଡି
ଅମୃତ ର ବାରିଧାରା,
ଜାତି ଜାତି ଫୁଲ ,ଫଳ, ଶସ୍ଯମାଳା
ତାର ବାଡ଼ି ବଗିଚାରେ ଭରା...!
ନଦୀ ଝରଣା ର ସୁମଧୁର ଜଳେ
ଅଗଣା ତା ଶସ୍ୟ ଶ୍ୟାମଳା,
ସମୁଦ୍ରର ଲୁଣି ଜଳଧି ବାରିରେ
କୋଟି କୋଟି ଜୀବଙ୍କର ଖେଳା....!
ରଙ୍ଗ ବେରଙ୍ଗର ଜାତି ଜାତି ଫୁଲ
ପବନେ ଲହଡି ଭାଙ୍ଗେ,
ପୂଜା ପାର୍ବଣ ରେ ସଭିଏଁ ଏକାଠି
ନୃତ୍ୟ କରନ୍ତି ମିଶି ଉମଙ୍ଗେ....!!
ଛୋଟ ଭୃଣ ଟିରୁ ହୋଇଲି ବଡ ମୁଁ
ମୋ ଶରୀର ଗଢ଼ା ତା ପାଣି ପବନେ,
ସୂକ୍ଷ୍ମ ରୁ ବୃହତ ଜୀବ ସମୁଦ୍ରେ ଚଳନ୍ତି
ପୁଣି ବସନ୍ତି ତାର କାନନେ...!
ଭଲ ମନ୍ଦ କିଛି ଭାବନା ତା ନାହିଁ
ସଭିଏଁ ଗର୍ଭରୁ ତାର ସମ୍ଭୂତ,
ବସୁଧୟିବା କୁଟୁମ୍ବକମ୍ ମନ୍ତ୍ରେ
ଆଜି ସଭିଏଁ ହେବା ମିଳିତ....!