STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

1 min
181


ଆସିଛି ଗୌରବ ସ୍ବାଧୀନ ଦିବସେ


ଗ୍ରାମୀଣ ଭାରତେ ଆମ୍ଭ,


ଏତେ ବର୍ଷ ପରେ ସାକାର ହୋଇଛି


ଗାଆଁର ଗୌରବ ଆମ୍ଭ।


ବିଜୁଳି ପ୍ରକାଶ ପ୍ରକାଶିତ ହୁଏ


ଗାଁଆ ଗହଳିରେ ଏବେ,


ଧୂଆଁ ଠାରୁ ମୁକ୍ତ ଗାଆଁର ମହିଳା


ଗ୍ୟାସ ବ୍ୟବହାର ଏବେ।


ଜନଧନ ଖାତା ଗ୍ରାମୀଣ ପାଖରେ


ଐତିହାସିକ ହିଁ ଏବେ,


ବ୍ୟାଙ୍କ ଖାତା ଏବେ ଡିଜିଟାଲ୍ ପୁଣି


ଭ୍ରଷ୍ଟାଚାର ନାହିଁ ଏବେ।


ପ୍ରଧାନମନ୍ତ୍ରୀଙ୍କ ଆବାସ ମିଳୁଛି


ଖାତାରେ ଆସୁଛି ଟଙ୍କା,


ଭ୍ରଷ୍ଟାଚାର ନାହିଁ ନିସ୍ବାର୍ଥର ମନ୍ତ୍ର


ନାହିଁ କାର ମନେ ଶଙ୍କା


ଡିଜିଟାଲ୍ ଏବେ ଗ୍ରାମୀଣ ଭାରତ


ଏବେ ଗାଆଁ ଡିଜିଟାଲ୍,


ଗାଆଁ ହେଉଅଛି ଆତ୍ମନିର୍ଭରଟି


ବିଶ୍ବାସର ଡିଜିଟାଲ୍।


ଜୟଜୟକାର ସମ୍ପୂର୍ଣ୍ଣ ବିଶ୍ବରେ


ସବୁ କ୍ଷେତ୍ର ଶକ୍ତିଶାଳୀ,


ନାହିଁ ଛୁଟି ଦିନେ ଦେଶର ପ୍ରଧାନେ


ଦେଶ ହୁଏ କର୍ମଶାଳୀ।।


ଛାତ୍ରଛାତ୍ରୀ ଏବେ ଅଛନ୍ତି ଖୁସିରେ


ଡିଜିଟାଲ୍ ମନ୍ତ୍ର ଧରି,


ଡିଜିଟାଲ୍ ଦ୍ବାରା ପଢାପଢି ହୁଏ


ପଢନ୍ତି ଆଦର କରି।


ଡିଜିଟାଲ୍ ଦ୍ବାରା ଦିଆନିଆ ହୁଏ


ଟଙ୍କା ନାହିଁ ପ୍ରଯୋଜନ,


ସୁବିଧା ପାଉଛି ଘରେ ବସି ଜନ


ଘରେ ମିଳେ ପେନସନ୍।


ରାମରାଜ୍ୟ ପରି ଲାଭ ମିଳୁ ଅଛି


ଭ୍ରଷ୍ଟାଚାର ନାହିଁ ତହିଁ,


ଆତ୍ମନିର୍ଭରଟି ହୁଏ ଚରିତାର୍ଥ


ଆବିଷ୍କାର ଟିକା ଏହିଁ।


ଶକ୍ତିଶାଳୀ ସେନା ଗର୍ଜନ କରୁଛି


ଶତ୍ରୁ କମ୍ପେ ଥରହର


ନୂଆ ଶିକ୍ଷାନୀତି ଦେଶକୁ ମିଳିଛି


ମାତୃଭାଷା ହିଁ ଆଧାର।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି


ସ୍ବାଧୀନ ଦିବସେ ଆମ୍ଭ,


କୋଟି ପ୍ରଣିପାତ ତିରଙ୍ଗା ଝଣ୍ଡାକୁ


ବିଚ୍ଛନ୍ନାଚଳରୁ ଆମ୍ଭ।


ଆସିଛୁ ଗୌରବ ସ୍ବାଧୀନ ଦିବସେ


ଗ୍ରାମୀଣ ଭାରତେ ଆମ୍ଭ,


ଏତେ ବର୍ଷ ପରେ ସାକାର ହୋଇଛି


ଗାଆଁର ଗୌରବ ଆମ୍ଭ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract