ପ୍ରାଣ ପକ୍ଷୀ ବିକଳ
ପ୍ରାଣ ପକ୍ଷୀ ବିକଳ
ଆ ଗାଡ଼ିବାଲା ଆ ଚଞ୍ଚଳ
ଛାଡିଦେବୁ ପାଖେ ବଡ଼ଦେଉଳ
ସାରିଦେଲିଣି ମୁଁ ସବୁ ଜଞ୍ଜାଳ
ମନ ଲାଗୁନାହିଁ ହୁଏ ବିକଳ
ଦେଖନ୍ତି ଚତୁର୍ଦ୍ଧା ଆଉ ମୂର୍ତ୍ତୀ ଯୁଗଳ
ଜାଣିନାହିଁ ବଂଚିବା କଳା କୌଶଳ
ଦେଖନ୍ତି କାଳିଆଙ୍କ ଚକାଆଖି କେବଳ
ସରିଆସିଲାଣି ମୋ ବେଳ କାଳ
ଆ ଗାଡ଼ିବାଲା ଆ ଚଞ୍ଚଳ
ମଥାରେ ମାରନ୍ତି କୈବଲ୍ୟ ବିକଳ
ଖାଆନ୍ତି ନିତି ଅବଢ଼ା ପଖାଳ
ୠଚୁନାହିଁ ଆଉ ଶାଗ ପଖାଳ
ଅବା ନ ତୁଣ ମାଉଁସ ଝୋଳ
ମନ ହୁଏ ଖାଲି ଡହଳ ବିକଳ
ଗୁନ୍ଥି ଦିଅନ୍ତି ମୁଁ ତୁଳସୀ ମାଳ
ଚନ୍ଦନ ଅଗରୁ ପକାଇ ପିନ୍ଧାନ୍ତି ମାଳ
ଆ ଗାଡ଼ିବାଲା ଉଛୁର ହେଲାଣି ବେଳ
ସ୍ବପ୍ନ ରେ ଦେଖୁଛି ସଞ୍ଜ ସକାଳ
ଚତୁର୍ଦ୍ଧା ଡାକନ୍ତି ଆ ବଉଳ
ସଂସାର ରେ ଯେତେ ଖେଳିଲୁ ଖେଳ
ତୁଟାଇ ଦେ ମୋହ ମାୟା ସକଳ
ବୁଝିଯା ଗହନ କଥା ଏ ସରିଲା ବେଳ
ପ୍ରାଣପକ୍ଷୀ ଉଡ଼ିଯାଏ ସାଗର କୂଳ
ପୁଣି କେତେବେଳେ ଗୁଣ୍ଡିଚା ଆଳ
କାଳେ ଜଗନ୍ନାଥ ଥିବେ ଆଖି ପଖାଳ
ସରିଗଲାଣି ଫନ୍ଦି ଫିକର ହରତାଳ
ଆ ଗାଡ଼ିବାଲା ସଅଳ ମନ ଡହଳବିକଳ l