Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract Inspirational

3  

Jagannath Barik

Abstract Inspirational

ଟାଳିବ କି ମରଣ

ଟାଳିବ କି ମରଣ

1 min
322


ତୋଳାଇଲେ ବହୁତଳ ଭଵନ

ଘେରାଇ ପ୍ରାଚୀର ଚୁମ୍ବି ଗଗନ

ଗଣ୍ଡା ଗଣ୍ଡା ଶସ୍ତ୍ରଧାରୀ ସିପାହୀ

ଆଲସେସିଆନ ଶ୍ଵାନ ଜଗାଇ

ତେବେ କି ମରଣ

କବଳରୁ ହୋଇଯିବୁ ବାରଣ ।

ପର୍ବତ ସମାନ ଅର୍ଜିଲେ ଧନ

ସମ୍ବର୍ଦ୍ଧନା ମାନପତ୍ରେ ମଣ୍ଡନ

ବିଶାଳ ଉପାଧି କଲେ ଧାରଣ

ଉଚ୍ଚାସନେ କଲେ ଉପବେଶନ

ଲୋକରେ ପୂଜନ

ହେଲେ କି ଟଳାଇ ଦେବୁ ମରଣ ?

ଦଇନିକ କଲେ ମାଂସ ଭକ୍ଷଣ

ଗୋରସ ସ୍ୱାଦିଷ୍ଟ ଦିବ୍ୟ ଭୋଜନ

ଅନିନ୍ଦ୍ୟ ସୁନ୍ଦରୀ କଲେ ରମଣ

ଗଜଦନ୍ତ ପଲ୍ୟଙ୍କରେ ଶୟନ

ଲେପିଲେ ଚନ୍ଦନ

ଛାଡ଼ିଦେବ କିରେ ଯମ ରାଜନ ।

କମ୍ବଳ ଘୋଡ଼ାଇ ହୋଇ ଶୋଇଲେ

ପଣେ ଡାକ୍ତରଙ୍କୁ ପାଖେ ରଖିଲେ

ନିତ୍ୟ କଲେ ପୂଜା ଦେବ ଅର୍ଚ୍ଚନ

ଗୀତା ଭଗବତ କଲେ ପଠନ

ମହାମୃତ୍ୟୁଞ୍ଜୟ

ଗାୟତ୍ରୀ ଜପେ କି ହେବୁ ନିର୍ଭୟ ।

କାଳର ତ କ୍ୟାଲେଣ୍ଡର ନଥାଏ

ଅକସ୍ମାତ ସିଏ ପହଞ୍ଚି ଯାଏ

ବଡ଼ କ୍ରୁର କାଳ ସେ ଅବିଶ୍ୱାସୀ

ନଶୁଣେ କାହାରି ଦୁଃଖ ଫର୍ମାସୀ

ଏଣୁ ବାପ ଧନ

ବେଳଥାଉଁ କର ଧର୍ମ ଅର୍ଜନ ।

ଛଅ ଖଣ୍ଡି କାଠ ହୋଇବ ଲୋଡ଼ା

ମଶାଣିରେ ନିଶ୍ଚେ ହୋଇବୁ ପୋଡ଼ା

ଜୀବନର ମୂଲ୍ୟ ମୁଠେ ପାଉଁଶ 

ତନୁ ମରେ ମାତ୍ର ମରେନା ଯଶ 

କର ଭଲ କାମ 

ଅମର ଅକ୍ଷରେ ରହିବ ନାମ ।



Rate this content
Log in

Similar oriya poem from Abstract