Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

4.8  

Writer Roja Panda

Inspirational

ଆଗାମୀ ପୁରୁଷୋଚିତ ମାଆ

ଆଗାମୀ ପୁରୁଷୋଚିତ ମାଆ

1 min
6.5K


ମାଆ ନୁହେଁ ଖାଲି ନାରୀ ଅନୁରୂପ ,

ପୁରୁଷ ଭିତରେ ବି ଦେଖି ହେବ ଏକ ସ୍ନେହମୟୀ ମାଆର ରୂପ I

ଜନ୍ମ ନଦେଇ ବି ତା କର୍ମ ବଳରେ ପୁରୁଷ ବି ଦିନେ ସାଜିବ ମାଆ

ଅମୃତ ବିଞ୍ଚି ସେ ସାରା ଜଗତକୁ ଦେଖାଇବ ମୁକ୍ତି ପଥର ରାହା I

ତ୍ୟାଗ ବଳେ ଦିନେ କରୁଣା ଢ଼ାଳି ସେ ସିଞ୍ଚି ଦେବ ସୀମାହୀନ ଆଦର

ତା ପାଦଧୂଳିକୁ ମସ୍ତକେ ଲଗାଇ ପ୍ରଣାମ କରିବା ତାକୁ ସାଦର I

ପୁରୁଷ ବି ମାଆ ପରି ସର୍ବଂସହା ହୋଇ କରିଯିବ କର୍ତ୍ତବ୍ୟ ତାର

ଆଖି ଖୋଲି ଖାଲି ଦେଖିବାକୁ ହେବ, ହଟାଇ ଲିଙ୍ଗର ଭେଦ ବିଚାର I

ମର୍ଯ୍ୟାଦା ପୁରୁଷ ହୋଇ ସେ ଲଙ୍ଘିବ ମିଛ ମାୟା, କୁଟ କପଟ ସବୁ

ମାଆ ସର୍ବଂସହା ହୋଇ ଯା ନକରେ, କରିବ ଆପଣା ସିଏ ପରକୁ I

ରକ୍ତ ସମ୍ପର୍କକୁ ଖୋଜୁଛି କେବଳ ନୂତନ ମାଆର ସମାଜ ଆଜି

ସେଇ ଛୋଟ ଚିନ୍ତା ଦୂର କରିବାକୁ ପୁରୁଷ ଆସିବ ମାଆଟେ ସାଜି I

ଆଜିର ମାଆ ତ ବାଣ୍ଟିପାରୁନାହିଁ ସ୍ନେହ ଟିକେ ପର ପିଲାଙ୍କ ପାଇଁ

ନିଜ ସନ୍ତାନକୁ ମୁଣ୍ଡରେ ବସାଏ, ପର ସନ୍ତାନକୁ ତୁଚ୍ଛ ମଣଇ I

ପୁରୁଷ ପାଖରେ ଏମିତି ଭାବନା ଆଜିଯାଏଁ ଦେଖିନାହିଁ ତ ମୁହିଁ

ସେଇଥି ପାଇଁ ମୋ ସ୍ୱପ୍ନର ରାଇଜେ ପୁରୁଷକୁ ମାଆ ଆଖ୍ୟା ଦିଅଇ I

ପର ଝିଅକୁ ସେ ସ୍ତ୍ରୀ କରି ଆଣି, ଭଲ ମନ୍ଦ ତାର ସବୁ ବୁଝଇ

ମାଆ ହେଇ ମଧ୍ୟ ଶାଶୁଟେ ବୋହୂକୁ, ପାରେନାହିଁ ନିଜ କୋଳେ ଶୁଆଇ I

ପର ଝିଅ ବୋଲି ଦିଏନାହିଁ ଶାଶୁ ବୋହୂକୁ ନିଜର ପଣତ ଛାଇ

ସେଇ ପର ଝିଅ ବସିଥାଏ ସଦା ପୁରୁଷ ହୃଦୟେ ଦେବୀଟେ ହୋଇ I

ପୁରୁଷ, ନାରୀର ଅନ୍ତର ଦେଖି କି,ବୁଝୁଛି ଏତିକି ଆଜି ତ ମୁହିଁ

ପୁରୁଷ ବି ମାଆ ହେଇ ତ ପାରିବ, ସାରା ଜଗତକୁ ସେନେହ ଦେଇ I

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର, ମଧୁପାଟଣା,


Rate this content
Log in

Similar oriya poem from Inspirational