Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maitreyee Kamila

Inspirational

3  

Maitreyee Kamila

Inspirational

ଜୀବନ ର ମାନେ

ଜୀବନ ର ମାନେ

1 min
48



ହାତ ପାପୁଲିରେ ଛୁଇଁବାକୁ ଜହ୍ନର କାକର ଭିଜା ରାତି

ସେ ରାତିକୁ ପାରେନା ସହି ଅନୁସନ୍ଧିତ୍ସୁ ଇଚ୍ଛା

ଅଭିମାନର 


ପ୍ରଶାନ୍ତ ମୁହୂର୍ତ୍ତରେ ଆବୋରି ନିଏ ଖିଆଲି ଋତୁମାନଙ୍କୁ

ମନ ଅଗଣାରେ ବାରମାସ 

ଜୀବନର ହା ହୁତାସରେ ଡହଳ ବିକଳ ପ୍ରାଣ ଖୋଜେ ଚଇତିର ମିଠା ହସ

ଟିକେ ଆଦର ପଣ

ଉଚ୍ଛୁଳା ନଈଟା ନିରବତାର ପାଦ ସ୍ୱରରେ ଚହଲି ଯାଏ

 ଆଖିରେ ଆଖିଏ ଲୁହ ଜାକି

ଲୁହ ପୋଛିବାର ଅଭିନୟ

କେବେ କେମିତି ରାସ୍ତାର ମୋଡ଼ 

ସରିଆସେ ପାହାଡ଼ର ଧୂସର ପଣଠୁ ନିଜକୁ ଦୂରେଇ


ଆଞ୍ଜୁଳାଏ ପାଣିରେ ଖୋଜି ହୁଏ ସୁନେଲି ସ୍ୱପ୍ନ

ଏମିତି ବି ଭାରି ନିଜର ଲାଗେ 

ନିଜକୁ ନିଜଠୁ ଚୋରେଇବାରେ



ଜୀବନର ମାନେ ଆଉ କଣ କି??



Rate this content
Log in

Similar oriya poem from Inspirational