ମୋ ପାଇଁ ସ୍ୱାଧୀନତା
ମୋ ପାଇଁ ସ୍ୱାଧୀନତା


ମୁଁ ଖୋଜୁଛି ସ୍ଵାଧୀନତାର ମାନେ
ଦି ପାଦ ଭୂମି ଆଉ ମୁଠାଏ ଆକାଶରେ
ଯେଉଁ ଭୂମିରେ ପାଦ ରଖି
ଦେଖିପାରିବି ଭୂମାର ସ୍ଵପ୍ନ
ଯେଉଁ ଆକାଶରେ
ମନଖୋଲା ଉଡ଼ିପାରିବି ଡ଼େଣା ଝାଡ଼ି
ନ ଥିବ ସେଠି
ପୁରୁଷ ବା ନାରୀର ଭେଦଭାବ ,
ସ୍ଵପ୍ନ ଦେଖିବାରେ କିଛି ଉଚ୍ଚ ନୀଚ ଭାବ
ଉନ୍ମୁକ୍ତା ତଟିନୀଟିଏ ପରି
କୁଳୁକୁଳୁ ନାଦ କରି
ବହିଚାଲିଥିବି ମୁଁ
ମୋ ହୃଦୟ ଗହ୍ବରର
ଆସୁମାରୀ ଆଶା ,
ସ୍ଵାଧୀନ ଭାବେ ପରିପକ୍ଵତା ଲାଭ କରିବାରେ
ଯେଉଁଠି ହୋଇପାରୁଥିବେ ସମର୍ଥ
ମୁଁ ଆଜି ବି ଖୋଜୁଛି
ସେହି ସ୍ଵାଧୀନତାର ଠିକଣା
ତୁମ ସାମର୍ଥ୍ୟ ଓ ମୋ ଅସାମର୍ଥ୍ୟର
ନିସ୍ତେଜ ମରୀଚିକା ଧାରେ....।