STORYMIRROR

MADHU MITA

Inspirational

3  

MADHU MITA

Inspirational

ବୀର ଜନନୀ

ବୀର ଜନନୀ

1 min
21


କାପୁରୁଷ ନୁହେଁ ମୋ ସନ୍ତାନ..

ଶାର୍ଦ୍ଦୂଳ ଆସ୍ଫାଳନ କରେନା..

ଭୀରୁତାର ପ୍ରମାଣ ଦେଇ..

ଲୁଚି ଛପି ମାରି ଜାଣେନା...


ସିଂହନାଦ ଦିଏ ମୋ ବୀର..

ମୃତ୍ୟୁକୁ ସେ ଭୟ କରେନା...

ମା ମାତୃଭୂମି କ୍ଷତାକ୍ତ ହେଲେ..

ଶାନ୍ତିରେ ଆଉ ଶୋଇ ପାରେନା..


ପାଞ୍ଚାଳୀ ନୁହେଁ ମୁଁ ଶୁଣି ଯାଆ ପାପିଷ୍ଠ..

ସଂହାର କରି ପାରିବ ରାତ୍ରିରେ ମୋ ବଂଶ..

ରୁଧିରସ୍ନାତ କରିପାରେ ମୁଁ ଯେ..

ପ୍ରତିଶୋଧ ନେଇ ଜାଣେ ମୋ ଅଂଶ...


ଲୋଟିଗଲେ ମୋ ନିରପରାଧ ଶିଶୁ..

ବକ୍ଷରେ ରୁଧିର ଗଲା ମୋ ଲୋଟି...

ଅନାଥ ବିଧବା କ୍ରନ୍ଦନ ସହି ସତେ..

ଛାତି ମୋ ପଥର ଗଲା ପାଲଟି..


ଦେଖ ଆଜି ମୋ ସୁଯୋଗ୍ୟ ସନ୍ତାନ..

ନାଶିଲେ ଆତଙ୍କ ଆଶ୍ରୟ ସ୍ଥଳୀ..

ମୋ ସନ୍ତାନ ବଳିଦାନ ବୃଥା କେବେ ନୁହେଁ...

ଶିକ୍ଷା ଜୀବନେ କେବେ ଯିବନି ଭୁଲି..


ବୀରତ୍ଵ ମୋ ମାଟିର ପରିଚୟ ଅଟେ..

କୃଷ୍ଣ ରାମ ଅର୍ଜୁନ ପର୍ଶୁରାମ ଭୀଷ୍ମ..

ଲକ୍ଷ୍ମୀ ଶିବାଜୀ ଆଦି ଯୋଦ୍ଧା କେତେ..

ରଖିଛନ୍ତି କରି ମୋ ରକ୍ତକୁ ଉଷ୍ମ...


ହୁଙ୍କାର ଦେଇ ସେନାନୀ ମୋ ଚାଲେ..

ଆଶିଷ ମୋହର ହୃଦରେ ଧରି..

ମୋ ସନ୍ତାନ ମୋ ଗର୍ବର କାରଣ...

ତାକୁ ପାରିବନି କେ ପରାସ୍ତ କରି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational