STORYMIRROR

sudhakar sethi

Inspirational

3  

sudhakar sethi

Inspirational

କୃଷ୍ଣ

କୃଷ୍ଣ

1 min
29


ଅମେଇସିଆ ରାତି

 ଅଶନିର ଗର୍ଜନ

ତୁହାତୁହା ବରଷାକୁ

ଘଡଘଡିର ନିନାଦ

ରହିରହି ବିଜୁଳିର ଚମକ

ସତେ ଯେମିତି ପ୍ରକୃତି 

ଆଜି କାହା ପ୍ରତୀକ୍ଷାର।


କିଏ ଜାଣିଥିଲା 

ଜଡ ହେବେ ସଚେତନ

ସଜୀବ ହେବେ ସ୍ଥାଣୁ

ଦିଵ୍ୟଜ୍ୟୋତିର ପ୍ରକାଶ

ମୁକୁଳା ବନ୍ଦୀ ଦ୍ୱାର

ବହୁଦୁର ପଥ ,

ଭାରତ ଯୁଦ୍ଧ ଠାରୁ

ଶିଆଳି  ଲତା ଶେଯ ଯାଏ

ଗୋଟିଏ ଯୁଗର ଅନ୍ତ ।


ସମୟ ନିର୍ଘଣ୍ଟ 

ଅସ୍ଥିରତାର ପ୍ରକାଶ

ତଥାପି ଚାଲିବାକୁ ହେବ

ଏତ ଜୀବନର ବାସ୍ତବତାର ଚିତ୍ର ।


ଦିବ୍ୟଚେତନାର ଆଭାସ

 ମନ ହୃଦୟର 

କୋଣ ଅନୁକୋଣରେ

 ସମାହିତ

ଦିଶେ ଜୀବନରେ ସତ୍ୟ

 ସନାତନର ଛାପ ।


ଶ୍ରେଷ୍ଠତ୍ଵର ପ୍ରତୀକ

 ସଫଳତାର ରୂପ

ଅକ୍ଷୟ ଅଲୌକ୍ୟ

ସତ୍ୟ ସନାତନ ଚିରନ୍ତନ

ନାହିଁ ବିକଳ୍ପ,ସଦା ସ୍ଥିର

ନାମରେ ପୂର୍ଣ୍ଣତାର ଆଭାସ।


ଵେଗମତୀ ଯମୁନା ଦୁଇଭାଗ

ଯାତ୍ରା ପାଇଁ ମୁକୁଳା ପଥ

ବଡ ବିଚିତ୍ର ଅବୁଝା ଏ ଚିତ୍ର

ତଥାପି

ସେ ସୂକ୍ଷ୍ମ ସତ୍ତାର ସନ୍ଧାନେ

ସଚରାଚର ଆଜି ସମ୍ମୋହିତ ।


କ୍ଷୁଦ୍ର ବାଲୁକା ରେଣୁ

ସାଗରକୁ ଲଙ୍ଘିବାର ପ୍ରୟାସ

ଅସମ୍ଭବକୁ ସମ୍ଭବ

 କରିବାର ଆପ୍ରାଣ ଦୌଡ

ସନ୍ଧାନେ ସେ ଅଛପା

 ସମ୍ପର୍କ ଆତ୍ମା ପରମାତ୍ମାର ।


ସବୁ ଶେଷ 

ଶୂନ୍ୟତାର ପରିପ୍ରକାଶ

ଜୀବସତ୍ତାର ଅବକ୍ଷୟ 

ଆଖି ଆଗରେ 

କେବଳ କୃଷ୍ଣ କେବଳ କୃଷ୍ଣ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational