Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Yudhisthira Lenka

Inspirational

4.2  

Yudhisthira Lenka

Inspirational

ଜନ୍ମାଷ୍ଟମୀରେ

ଜନ୍ମାଷ୍ଟମୀରେ

1 min
235


ତୁମେ ତ ଅଜନ୍ମା ଜନ୍ମ ନିଅ ପୁଣି

କାହିଁ ବାରମ୍ବାର ଧରାରେ ।

ତୁମେ ନିରାକାର ତୁମେ ଯେ ସାକାର

ପ୍ରମାଣିତ କର ସୃଷ୍ଟିରେ ।।


ମାନବୀୟ ଲୀଳା ଅଦ୍ଭୁତ ତୁମର

ସନ୍ଦେହ ପ୍ରକାଶେ ମନରେ ।

ଯୁଗେ ଯୁଗେ ତୁମେ ପ୍ରକାଶୁଛ ଲୀଳା

ଭକ୍ତ ପାଇଁ ସଦା ଖୁସିରେ ।।


ତୁମ ଦିବ୍ୟଲୀଳା ଦୁର୍ବୋଧ୍ୟ ଅଟଇ

ସ୍ୱୟମ୍ଭୁ ଶଙ୍କର ମନରେ ।

ବିନ୍ଦୁ ହୋଇ ସିନ୍ଧୁ ମାପିବ କିପରି

ଛାର ଏ ମାନବ ଶକ୍ତିରେ ।।


ସମସ୍ତେ କହନ୍ତି ଧର୍ମ ସଂସ୍ଥାପନ

ପାଇଁ ଜନ୍ମନିଅ ଧରାରେ ।

ଅଧର୍ମ ବିନାଶି ସୃଷ୍ଟି ରକ୍ଷାକର

ବର୍ଣ୍ଣନା ରହିଛି ଶାସ୍ତ୍ରରେ ।।


ଧର୍ମ ଅଧର୍ମର ସୃଷ୍ଟିକର୍ତ୍ତା ତୁମେ

ସୃଷ୍ଟି ଧ୍ୱଂସ ତୁମ ହାତରେ ।

ମାୟା ପ୍ରହେଳିକା ଭେଳିକି ଲଗାଇ

ରହିଅଛ ସବୁ ସାଥିରେ ।।


ସବୁକିଛି ତୁମେ ପ୍ରକାଶୁଛ ରହି

ସବୁରି ହୃଦୟ ଭିତରେ ।

ତୁମେ ସର୍ବମୟ କୃଷ୍ଣ ରାମ ହରି

ପ୍ରଣମୁଛି ଜନ୍ମାଷ୍ଟମୀରେ ।।



Rate this content
Log in

Similar oriya poem from Inspirational