STORYMIRROR

Sagar Kumar Parida

Inspirational

3  

Sagar Kumar Parida

Inspirational

ହେ ବୀର ସହିଦ୍

ହେ ବୀର ସହିଦ୍

1 min
76

ସଲାମ କରୁଛୁ ହେ ବୀର ସହିଦ୍ ତୁମ ପଦେ ବାରମ୍ବାର

ବିଜୟର ଧ୍ବଜା ଉଡାଇଛ ବିଶ୍ୱେ ଆମରି ଭାରତ ମା'ର ।।


ଛାଡି ଘରଦ୍ୱାର ପୁତ୍ର,ପତ୍ନୀ,କନ୍ୟା,ପିତା,ମାତା,ଭଗ୍ନୀ ସ୍ନେହ

କରୁଅଛ ସେବା ଦେଶମାତୃକାର ଜୀବନରେ ଅହରହ।।


ଶତ୍ରୁକୁ ନିପାତ କରିବା ପାଇଁକି ତୁମରି ଦୃଢ ସଂକଳ୍ପ

ଭାରତ ମାତାର ଜୟଗାନ କରି ଯୁଦ୍ଧେ ଦିଅ ତୁମେ ଲମ୍ଫ ।।


ପାଣି ଯେଉଁଠାରେ ବରଫ ହେଉଛି ଅତି ନିମ୍ନ ତାପମାତ୍ରା

ଶତ୍ରୁ ସହିତରେ ବିନା ଅସ୍ତ୍ରଶସ୍ତ୍ରେ ଯୁଦ୍ଧ କଲ ହେ ମହାତ୍ମା ।।


ଶତ୍ରୁକୁ ସଂହାରୀ ହେ ବୀର ଯବାନ ବିଜୟ ବାନା ଉଡାଇ

ଶତ୍ରୁର ଗୁଳିର ପ୍ରଭାବରେ ତୁମେ ପ୍ରାଣଦେଲ ଦେଶ ପାଇଁ ।।


ଚିରଦିନ ପାଇଁ ହୋଇଲ ଅମର ରଖି ମାତୃଭୂମି ମାନ

ତୁମ ପରି ପୁତ୍ର ପାଇ ଏ ଭାରତ ନିଜକୁ ମନଇ ଧନ୍ୟ ।।


ଦେଶସେବା ଆଗ ଜୀବନ ପଛରେ ଶିଖାଇଗଲ ହେ ବୀର

ଶତ୍ରୁ ଆଗରେ ଭାରତୀୟଙ୍କର ଉନ୍ନତ କରିଛ ଶୀର ।।


ସ୍ୱାଧୀନ ଭାରତ ସ୍ବାଧୀନତା ରକ୍ଷା ପାଇଁ ତୁମ ବଳିଦାନ

ତୁମରି ଅମର ସହିଦ୍ ଆତ୍ମାକୁ କରୁଛୁ କୋଟି ପ୍ରଣାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational