ଆହ୍ଵାନ ଏ କ୍ରାନ୍ତିକାରୀର
ଆହ୍ଵାନ ଏ କ୍ରାନ୍ତିକାରୀର


ମାଆ ର ଡାକରା
ଆସିଅଛି ପରା
ଜାଗିଉଠ ବୀର ସନ୍ତାନ ,
ଅତୀତ ଗୌରବ
ଫେରେଇ ଆଣିବ
ଖାତିର ନକରି ଜୀବନ
ବୀର ପ୍ରସବିନୀ
ଭାରତ ଜନନୀ
ଆହ୍ଵାନ ଏ କ୍ରାନ୍ତିକାରୀ ର,
ଅଖଣ୍ଡ ଭାରତ
ଭେଟି ଦେବ ମାତ
ଗଲେ ଯାଉ ଜୀବନ ତାର ।
ଶୂର ବୀର ନର
ହୋଇ ଏକାକାର
ବିଜୟର ଟୀକା ଲଗାଇ ,
ବନ୍ଦେ ମାତରମ
ବନ୍ଦେ ମାତରମ
କହି କହି ଚାଲେ ଆଗେଇ ।
ଆହ୍ଵାନ ର ବୀଜ
ମେଲାଇଲା ଭୁଜ
ଶାଖା ପ୍ରଶାଖାକୁ ପ୍ରସାରି ,
ଗୋଲାମି ଗୁଳିରେ
କ୍ଷତାକ୍ତ ବୁକୁରେ
ଆଗେଇ ଚାଲେ କ୍ରାନ୍ତିକାରୀ ।
ଫିରିଙ୍ଗି ଶାସନ
କଲେ ଅବସାନ
ଲୁହ ଲହୁ ହୃଦୁ ଝରାଇ ,
ସଂଗ୍ରାମର ରଥ
ଉଡାଇଇଲା ନେତ
ନୂଆ ସୁରୁଜ ଆସେ ଉଇଁ ।
ହେ ସଂଗ୍ରାମୀ ବୀର
ବଳିଦାନ ତୋର
ରହିଛି ରହିବ ଅମର ,
ଫେରିଆସ ତୁମେ
ଏ ଭାରତ ଧାମେ
ଅଛି ଆବଶ୍ୟକ ତୁମର ।
ଆହ୍ଵାନ ଏ କ୍ରାନ୍ତିକାରୀ ର
ଆହ୍ଵାନ ଏ କ୍ରାନ୍ତିକାରୀ ର।