STORYMIRROR

Asish Behera

Inspirational

3  

Asish Behera

Inspirational

ସ୍ୱାଧୀନତା

ସ୍ୱାଧୀନତା

1 min
259


କେତେକେତେ ବୀର ଜନ୍ମି ଭାରତରେ

ଦେଇଛନ୍ତି ନିଜ ପ୍ରାଣ

ତାଙ୍କରି ପ୍ରାଣର ବଳିଦାନେ ଆଜି

ଆମେ ପାଇଛୁ ସ୍ୱାଧୀନ ।


ଜନ୍ମି ଥିଲେ ଏଠି ଗଙ୍ଗା, ଗୋପବନ୍ଧୁ

ସୁବାଷ, ମହାତ୍ମା ବୀର

ବନ୍ଧୁକ ନ ଡରି ବଢିଲେ ସେମାନେ 

ହୃଦେ ଅଛନ୍ତି ଅମର ।


ପରାଧୀନ ଦେଶେ ସହି କାରାଗାର

ନିସ୍ତୁକ ମାଡ଼ ଯେ ଖାଇ

ଲଢ଼ି ଲଢ଼ି ନିଜ ପ୍ରାଣ ଦେଇଦେଲେ 

ଭାରତ ମାତାର ପାଇଁ ।


ଶାନ୍ତି, ପ୍ରେମ, ଭକ୍ତି ତିନୋଟି ରଙ୍ଗରେ

ଗଢିଲେ ଏକ ତ୍ରିରଙ୍ଗା

ଭୁଲନାହିଁ ଆଜି ସେ ଦେଶ ପ୍ରେମୀଙ୍କୁ

ତ୍ରିରଙ୍ଗା ଯା ପାଇଁ ରଙ୍ଗା ।


କେତେକେତେ ରଣ କୌଶଳ ହୋଇଣ

କେତେ କେତେ ଆନ୍ଦୋଳନ

ଶହଶହ ବୀର ପ୍ରାଣ ବଦଳରେ

ମିଳିଲା ଆମକୁ ସ୍ୱାଧୀନ

ମିଳିଲା ଆମକୁ ସ୍ୱାଧୀନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational