STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଭକ୍ତି ଶ୍ରଦ୍ଧାସୁମନ

ଭକ୍ତି ଶ୍ରଦ୍ଧାସୁମନ

1 min
39


   ପ୍ରଣମ୍ୟ ଗଙ୍ଗାଧର


ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ,

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ।

***

ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ନଅରେ

ଅଠରଶ ବାଷଠି,

ବରଗଡ଼ ଜିଲ୍ଲା ବରପାଲି ଗ୍ରାମେ

ଭାଗ୍ୟ ଲେଖେ ଦେବୀ ଷଠି।(୧)


ଉଚ୍ଚଶିକ୍ଷା ନ ଥାଇ ବି ଗଙ୍ଗାଧର

ପ୍ରଚଣ୍ଡ ପ୍ରତିଭାଧାରୀ,

ସାହିତ୍ୟ ଜଗତେ ପ୍ରକୃତି କବି ଓ

ସ୍ଵଭାବ କବିର ଅଧିକାରୀ।(୨)


ବାଲ୍ୟରୁ ପୁରାତନ କବିଙ୍କ ଶୈଳୀ

ପଢି ଲେଖିଲେ କବିତା,

ରସ ରତ୍ନାକର ଅହଲ୍ୟା ସ୍ତବ ସୃଷ୍ଟି

ତାଙ୍କ ଗାଏ ଗାଥା।(୩)


ପ୍ରକୃତିର ବାହ୍ୟ ଆଭ୍ୟନ୍ତରୀଣ ରୂପ

ବର୍ଣ୍ଣନାରେ ଚମତ୍କାର,

ଛନ୍ଦ ମାଧୁର୍ଯ୍ୟରେ ମାନବ ବାଦର

ଜୟଗାନ ସୃଷ୍ଟି ତାଙ୍କର।(୪)

ଇନ୍ଦୁମତୀ ଉତ୍କଳ ଲକ୍ଷ୍ମୀ କୀଚକ ବଧ

ତପସ୍ଵିନୀ କବିତା କଲ୍ଲୋଳ,

ପ୍ରଣୟ ବଲ୍ଲରୀ ରସ ରତ୍ନାକର ପଦ୍ମିନୀ

ମହିମା ଅଯୋଧ୍ୟା ଦୃଶ୍ୟ ତାଙ୍କର।(୫)


ଅର୍ଘ୍ୟଥାଳି ମାତୃଭୂମି ଉତ୍କଳ ଲକ୍ଷ୍ମୀ

ଅର୍ପଣ ଆଶ୍ରମେ ପ୍ରଭାତ,

ଭାରତୀ ଭାବନା ନର ଓ ମୟୂର

ଭରସା ବସନ୍ତ ବ୍ରତ।(୬)


ଧନପ୍ରତି ମଧୁପର ମଧୁଭିକ୍ଷା ସୃଷ୍ଟି କରି

ଏ ଜଗତେ ପ୍ରତିଭା ଅମ୍ଲାନ,

୧୯୨୪ଏପ୍ରିଲ୪ ଚୈତ୍ର ଅମାବାସ୍ୟା

ଗଲେ କରି ଧରା ଶୂନ୍ୟ।(୭)



Rate this content
Log in

Similar oriya poem from Inspirational