STORYMIRROR

Bishwaranjan Tripathy

Inspirational

3  

Bishwaranjan Tripathy

Inspirational

ସୈନିକ ଭାଇ

ସୈନିକ ଭାଇ

1 min
42

ସୈନିକ ଭାଇରେ ସୈନିକ ଭାଇ

ତୋ ପରି ଦେଶଭକ୍ତ ଏ ଜଗତେ ନାହିଁ।

କି ଖରା କି ତାତି ସବୁକୁ ସହୁ

ଦେଶ ସୁରକ୍ଷାରେ ସର୍ବଦା ରହୁ।

ଶୀତ କାକରକୁ ନକରି ଖାତିରି

ସୀମାରେ ଦେଉ ତୁ କଡା ପ୍ରହରୀ।

ରାତି ଦିନ ତୋର କଟେ ସୀମାରେ

ହେଳା ନ କରୁ କେବେ ତୁ ତୋ କର୍ତ୍ତବ୍ୟରେ।

ଶତ୍ରୁର ଆଖିରେ ଆଖି ମିଶେଇ

ଲଢେଇ କରୁ ତୁ ନିଜ ରକତ ଦେଇ।

ନିଜର ଛାତିରେ ଶତ୍ରୁର ଗୁଳିକୁ ନେଉ

ସାରା ଦେଶକୁ ତୁ ସୁରକ୍ଷା ଦେଉ।

ତୋ ପାଇଁ ଶୋଉଛୁ ଆମେ ଶାନ୍ତି ନିଦ୍ରାରେ

ତୋ ବିନା ଅଟେ ପରା ଏ ଦେଶ ଅଧାରେ।

ଆମେ ଦେଶବାସୀ ସର୍ବେ ହୋଇ ଏକାଠି

ମଥା ପାତି କରୁ ତତେ ସାଲ୍ୟୁଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational