ଅଗଷ୍ଟ ପନ୍ଦର
ଅଗଷ୍ଟ ପନ୍ଦର
ବଜାରେ ବଜା ବାଇଦ ବଜା
ଚ ଉଦିଗ ଆଜି ସଜାରେ ସଜା
କେତେ ନୂଆ ଆଶା
କେତେ ଆନନ୍ଦ ଆଣି
ଅଗଷ୍ଟ ପନ୍ଦର ଆସିଛି ପୁଣି
ଅଗଷ୍ଟ ପନ୍ଦର ଦିନ ଆଜି
ଘରେ ଘରେ ଜଳେ
ଦେଖ ଦୀପରାଜି
ଶଙ୍ଖ ଉଠେ ବାଜି
ଶଙ୍ଖ ଉଠେ ଵାଜି
ପୂଜ୍ୟ ବାପୁଜୀ ଲୌହପଟେଲ
ସୁବାଷ ଚନ୍ଦ୍ର ବୀର ଗୋଖେଲ
କୋଟି କୋଟି ବୀର
ଛାଡ଼ି ପ୍ରାଣ ମୋହ
ସ୍ବାଧୀନ କଲେ
ଦେଶ ଆଜି
ଅଗଷ୍ଟ ପନ୍ଦର ଦିନ ଆଜି
ଘରେ ଘରେ ଜଳେ
ଦେଖ ଦୀପ ରାଜି
ଫର ଫର ଉଠେ
ଆମ ତ୍ରିରଙ୍ଗା
ଆମେ ମୁକ୍ତ ଏ ବାରତା
ଯାଉଛି କହି କହି
ଶଙ୍ଖ ଉଠେ ବାଜି
ହାତରେ ମିଶାଇ ହାତ
ସରବେ ଗଢ଼ିଵା
ଆମ ଦେଶ ଭାରତ
କରିବା ତାର ସୁବେଶ
କରିବା ଶାସନ ଆଜି
ହସି ହସି
ନ ରଖିବା ଭେଦ ଭାବ
ସରବେ ଉଠିବା ଜାଗି
କରିବା ପଣ ପତାକା
ତଜେ ଆଜି
ଅଗଷ୍ଟ ପନ୍ଦର ଦିନ ଆଜି
ଜଳେ ଦେଖ
ଦୀପରାଜି
ଶଙ୍ଖ ଉଠେ ବାଜି ।