Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar

Inspirational

3.5  

Prasanna Kumar

Inspirational

ପ୍ରେମ ଏକ ଯୁଦ୍ଧ !

ପ୍ରେମ ଏକ ଯୁଦ୍ଧ !

1 min
31



ବାସ୍ ଟିକେ ବିଶ୍ୱାସର ଟୀକା ପିନ୍ଧିଦିଅ 

ହାତରେ ହାତ ଛନ୍ଦି ପ୍ରତିଜ୍ଞାର ଗଣ୍ଠି ପକେଇଦିଅ

ନୀଳ ଆକାଶ ହସିବ ନୀଳ ସମୁଦ୍ର କାନ୍ଦିବ 

ତମେ ହାରିଗଲେ...... ||


ପ୍ରେମର ବିଜୟ ହୃଦୟର ଜୟ 

ହାତରେ ସମ୍ପର୍କର ତରବାରୀ

ଶିର ଛେଦନ କର ଅହଂକାର ରୂପୀ ରାକ୍ଷସର

ମୁଁ ଜିତି ଯାଇପାରେ ପ୍ରେମ ସାମ୍ରାଜ୍ୟକୁ 

ବିଶ୍ୱାସଘାତକକୁ ବନ୍ଦୀ କରି...... ||


ହୃଦୟରେ ପ୍ରଣୟ ଦୁନ୍ଦୁଭି ବଜେଇ ଦିଅ 

ସଙ୍ଗୀତର ମୂର୍ଚ୍ଛନାରେ ଦିଅ ରଣ ହୁଂକାର, 

ହାତରେ ଗୋଲାପର ଭାଲା ଧରି 

ଆରମ୍ଭ କର ପ୍ରେମ ଯୁଦ୍ଧ..... ||


ତା ହସରେ ଅମୃତର ପବିତ୍ର ଧାରା 

କେତେବେଳେ ବିଷ କଳସ ଭରା 

ତମେ ଅଜ୍ଞାତ,ମୃତ୍ୟୁର ଶେଯ କିମ୍ବା ତୂଳିତଳ୍ପ ଶଯ୍ୟା 

କେତେବେଳେ ହେଇପାର ଗୃହ ବନ୍ଦୀ... ||


ଯୁଦ୍ଧ କ୍ଷେତ୍ରରେ ଆସିପାରେ କଳାହାଣ୍ଡି ମେଘ 

ପ୍ରେମର ଗରମ ଦେହରେ ଥରି ଯାଉ କ୍ଷେତ୍ର 

ଆଖିର ଧନୁରେ ଛାଡିପାରେ ପ୍ରେମ ଶର 

ତମେ ଆହତ, ହେଇପାର ମୂର୍ଛିତ !

ଭ୍ରମର ପ୍ରାୟ କମଳ ମଧ୍ୟରେ ହେଇପାର ଆବଦ୍ଧ 

ପ୍ରେମକୁ କର ସିଦ୍ଧ!

ପ୍ରେମ ଏକ ଯୁଦ୍ଧ..... ||




Rate this content
Log in