Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar

Others

3  

Prasanna Kumar

Others

କିଛି କଥା !

କିଛି କଥା !

1 min
312


ବିତିଗଲା ସାଥୀ ଅନେକ ବର୍ଷ 

ତୁମେ ଯେ ଫେରିଲ ନାହିଁ 

ଡ଼ିସେମ୍ବର ସରି ଜାନୁୟାରୀ ହେଲା

ସନ୍ଦେସ ଆସିଲା ନାହିଁ.. ||


କଥା ଦେଇଥିଲ ପାରି ହେବାପାଇଁ 

ପ୍ରେମ ନୌକାରେ ବସି 

ଚାଲିଗଲ ସାଥୀ ସମୟ ସୁଅ ରେ 

ସାଙ୍ଗେ ନେଇଗଲ ଖୁସି... ||


ପୁରୁଣା ବର୍ଷର ପୁରୁଣା ସ୍ମୃତି କୁ 

କେବେ ଭାଳି ହୁଅ ଯଦି 

ମୁଖ୍ୟ ନାୟକ ମୁଁ ଚିତ୍ରରେ ସାଜିବି 

ସ୍ମୃତି ଚକ୍ରବ୍ୟୁହ ଭେଦି... ||


ଷଡ଼ ଋତୁ ପରି ତୁମ ପ୍ରେମ ଥିଲା 

ବଦଳିଲା କାଳ କ୍ରମେ 

ଆଷାଢ଼ ଶ୍ରାବଣ ଦୁଇ ଆଖି ମୋର 

ଜାଣିକି ପାରିବ ତୁମେ... ||


ଚନ୍ଦ୍ରମାରେ ଦିଶେ ତୁମ ମୁଖ ସାଥି 

ଦିଶେ ଯେ ଛଳନା ଦାଗ 

ପ୍ରତାରଣା ବିଷ ଢାଳି ଦେଇ ତୁମେ 

ପ୍ରେମ କରିଦେଲ ଭାଗ... ||


ନୂଆ ବରଷରେ ନୂଆ ଆଶା ନେଇ 

ଆସିବକି ପ୍ରିୟା ଥରେ 

ଫଗୁଣ କୁ ଡାକି ରଙ୍ଗ ମୁଁ ବୋଳିବି 

ଭିଜେଇବି ବରଷାରେ... ||


Rate this content
Log in