Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar

Others

2  

Prasanna Kumar

Others

କିନ୍ନର

କିନ୍ନର

1 min
2.8K


ଏକ ଅଧା ଫୁଟା କଢ଼ 

ଝାପ୍ସା ରଙ୍ଗ, ପରିପକ୍ୱ ହେଇନଥିବା ବାସ୍ନା 

ଅନ୍ୟ ଫୁଲ ଭଳି ଭିଜେ 

ହସ ଲୁହର କାକର ରେ


 କିନ୍ନର !

ଏକ ମୁହଁ ଅନ୍ଧାର ସନ୍ଧ୍ୟା 

ସେଠି ଜଳେ,ଆଶା ର ଭିଜା ସଳିତା 

କିଛି ଉପେକ୍ଷାର ଆଲୋକ 

ଅସମାପ୍ତ ଘଟିନଥିବା ମୁହୂର୍ତ୍ତର


କିନ୍ନର !

ଏକ ଅଧାଗଢ଼ା ଇତିହାସ 

ଅସମ୍ପୂର୍ଣ ସ୍ମୃତି,ଉଜ୍ଜୀବିତ କରୁଥିବା ବିଶାଳ ଭବିଷ୍ୟ

ଜର୍ଜରିତ ହେଇଥିବା ଏକ ଜୀବନ 

ଆକାଶରେ ମିଶିଥିବା ସ୍ୱର

 କିନ୍ନର !

ଏକ ବର୍ଷା ଭିଜା ସକାଳ 

ସତେଜ ଉନ୍ମାଦନା,ପ୍ରକୃତି ଓ ଉପାଦାନର ସମ୍ମିଶ୍ରଣ 

ଓଦା ପତ୍ର ଭଳି ଶୀତଳ 

ଦରଭଙ୍ଗା ମାଟି ଘର


 କିନ୍ନର !

ଏକ ରଜ ହୀନ କାମିନୀ 

ମମତାମୟୀ ନାରୀ, କର୍ମମୟ ପୁରୁଷର ଆଭାସ 

ସେଠି ଶୃଙ୍ଗାରର ଆକର୍ଷଣ 

ନିସ୍ତେଜ ହେଇଥିବା ଭ୍ରମର


Rate this content
Log in