Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar

Abstract

0.2  

Prasanna Kumar

Abstract

ହାଇସ୍କୁଲ

ହାଇସ୍କୁଲ

1 min
135


ପୃଥିବୀର ଅକ୍ଷାଂଶ ଦ୍ରାଘିମା ଠୁ 

ବିଜ୍ଞାନ ର ଗବେଷଣା ପର୍ଯ୍ୟନ୍ତ 

ସାହିତ୍ୟ ର ମାଧୁର୍ଯ୍ୟ ଠାରୁ 

ଅତୀତ ର ଇତିହାସ 

ଆଉ ପୁଣି ଛିଡ଼ୁନଥିବା ଗଣିତ 

ଜୀବନ କିଛି ଏଇ ଭଳି 

ହସ ଖୁସି ମଜଗୁଲ 

ହାଇସ୍କୁଲ


ଆଗ ବେଞ୍ଚ ଠାରୁ ପଛ ବେଞ୍ଚ ଯାଏଁ 

ସ୍କୁଲ କାନ୍ଥ ରେ ପୁଣି ସ୍କୁଲ ଗଛରେ 

ଲେଖା ହୁଏ ପ୍ରେମିକା ର ନାଁ 

ତାକୁ ମୋତେ ଯୋଡ଼ିଦିଏ 

ଗଣିତର ଯୁକ୍ତ ଚି଼ହ୍ନ 

ଜୀବନର ମୂଲ୍ୟ ବୁଝେନି ବିଲକୁଲ 

ହାଇସ୍କୁଲ


ଚୋର ନହେଇ ବି ଚୋର 

ଚୋରି ହୁଏ ପେନ୍ ତ ପେନସିଲ କାହାର 

ନଥାଏ ପୋଲିସ କୁ ଡର

ଦୁଷ୍ଟାମୀର ସୀମା ଲଙ୍ଘିଥିବା 

ଏକ ସମୟ ଜୁଆର 

ଯେଉଁଠି ସଜଡା ହୁଏ ଟିକି ନିଖି ଭୁଲ 

ହାଇସ୍କୁଲ


ସକାଳ ପାର୍ଥନା ରେ ଆଧ୍ୟାତ୍ମିକତା 

ହୃଦୟରେ ଫୁଲ ଫୁଟେ ସକାରାତ୍ମକତା 

ଫୁଲ ଝଡ଼େ ଅପରାହ୍ନ ର ବ୍ୟସ୍ତତା ରେ 

ସ୍କୁଲ ଚାରିକାନ୍ଥ ଭିତରେ ବନ୍ଧା ହୃଦୟର ପାଦ 

କେବେ ଅମାନିଆ ପ୍ରଜାପତି

ଅପେକ୍ଷା ଥାଏ କାନ୍ଥ ର ବେଲ୍

ହାଇସ୍କୁଲ


ଏମିତି ଏକ ନୌକାର ଯାତ୍ରୀ ସମସ୍ତେ 

ସମୟର ସ୍ରୋତରେ ତଥାପି ଅଭୁଲା 

ହୃଦୟର ମାନସ ପଟରେ ରଙ୍ଗାୟିତ 

ହସ ଖୁସି ଲୁହ ଓ ଦୁଃଖ ର ଚିତ୍ର 

ଏ ଗଣିତ ର କେବେ ନୁହେଁ ଅନ୍ତ 

ଆଜି ବି ତୁମ ସ୍ମୃତିରେ ବେହାଲ୍

ହାଇସ୍କୁଲ



Rate this content
Log in

Similar oriya poem from Abstract