*ସ୍ବାଧିନତା ଦିବସ *
*ସ୍ବାଧିନତା ଦିବସ *


ଭାରତ ମାତା କେତେ ଯେ ବରପୁତ୍ର ..
ନିଜ ରକ୍ତରେ ଧୋଇ ଦେଇଥିଲେ ..
ବନ୍ଦିନୀ ମାତାର ଯନ୍ତ୍ରଣାର କ୍ଷତ
ପରାଧୀନତାର ବେଡିରୁ ମୁକ୍ତ କରିବା ପାଇଁ
ଚତୁର୍ଦ୍ଦିଗେ ଝଙ୍କୃତ ହୋଇ ଉଠୁଥିଲା
ବରେଣ୍ୟ ସୁଭାଷଙ୍କର ଜୟହିନ୍ଦ ସ୍ୱର
ଅଗଣିତ ଦେଶପ୍ରେମୀ,
ସ୍ୱାଧିନତା ସଂଗ୍ରାମୀଙ୍କ
ପ୍ରାଣ ବଦଳରେ ..
ହୋଇ ଥିଲା ସ୍ୱାଧିନ ଏ ଦେଶ ..
ଗାନ୍ଧିଜୀଙ୍କ ସ୍ୱପ୍ନର ସାମ୍ରାଜ୍ୟ
ସୁନାର ଭାରତ ...
ସେଦିନ ଥିଲା ପବିତ୍ର ସ୍ୱାଧିନତା ଦିବସ
ଅଗଷ୍ଟ ପନ୍ଦର
କୋଟି ଭାରତୀୟ ମନେ ଫୁଟୁଥିଲା
ପୁଲକର ଫୁଲ
ତ୍ରିରଙ୍ଗା ବି ଆକାଶ ସହିତ
ହେଉଥିଲା ଗେଲ,
ରକ୍ତସିଞ୍ଚା ସ୍ୱାଧିନ ଭାରତର ମାଟି
କରୁଥିଲା ଶହିଦଙ୍କର ଜୟ ଜୟ କାର
ସେଦିନ ଥିଲା ପବିତ୍ର ସ୍ୱାଧିନତା ଦିବସ
ଅଗଷ୍ଟ ପନ୍ଦର
ସାଗର ବ
ି ଧୋଉଥିଲା ଭାରତୀ ଚରଣ
ହୁଳହୁଳି ଦେଉଥିଲେ ବିହଙ୍ଗମ ଗଣ
ତରୁଲତା ହଲି ଝୁଲି ବିଞ୍ଚୁଥିଲେ ଆଲଟ ଚାମର
ପ୍ରାଚୀ-ବଧୁ ଜାଳୁଥିଲା ସୂର୍ଯ୍ୟ ନାମ୍ନୀ ଦୀପ,
କରିବାକୁ ବନ୍ଦାପନା ଭାରତ ମାତାର
ପୁଷ୍ପ ବୃଷ୍ଟି କଲେ ଦେବ, ଦେବଭୂମି ଶିର
ସେଦିନ ଥିଲା ପବିତ୍ର ସ୍ୱାଧିନତା ଦିବସ
ଅଗଷ୍ଟ ପନ୍ଦର
ଆସ ଆସ, ଆସ ଯେତେ, ଅଛ ଭାରତୀୟ
ଦେଶପ୍ରେମ ତେଲ ଢାଳି, ଦେବା ଜାଳି
ଅସତ୍ୟ, ଅନ୍ୟାୟ, ସ୍ୱାର୍ଥ, ଅହଂ ଗୁଣ
ଦିବ୍ୟ ଚେତନାରେ ଉଦ୍ଭାସିତ ହେବ
ପ୍ରତିଟି ପରାଣ...
ଜନତାଙ୍କ ପ୍ରିୟ ହେବେ ହରିଙ୍କର ଜନ
ରାମ ରାଜ୍ୟ ସ୍ୱପ୍ନ ତେବେ ହୋଇବ ବାସ୍ତବ
ସେଦିନ ମୋ ଦେଶ ହେବ ପ୍ରକୃତ ସ୍ୱାଧିନ ..
ଏ ପବିତ୍ର ଦିନେ ସର୍ବେ କରିବା ଶପଥ
ଭାରତର ଅଖଣ୍ଡତା ରଖିବା ବଜାୟ
ଭାରତ ମାତାର ଓଠେ ଫୁଟାଇବା ଫୁଲ
ଆସିଅଛି ଶୁଭ ବେଳ