STORYMIRROR

Santa Gahir

Inspirational

3  

Santa Gahir

Inspirational

ସ୍ଵାଧୀନ ଭାରତ

ସ୍ଵାଧୀନ ଭାରତ

1 min
62

ନିଜକୁ ପ୍ରଶ୍ନ କରେ ମୁଁ ବାରବାର

ସତରେ କି ମୁଁ ସ୍ୱାଧୀନ ?

ନା ଦୀର୍ଘ ଚଉସ୍ତୋରୀ ବର୍ଷ ପରେ ମଧ୍ଯ

ଅଛି କାହା ଅଧୀନ ?


ସ୍ଵଚ୍ଛ ତ୍ରିରଙ୍ଗାକୁ ସଲାମ୍ କରି

ପଚାରେ କ'ଣ ମୁଁ ସ୍ଵାଧୀନ ?

ଦୁଃଖଦ କଣ୍ଠରେ ଉତ୍ତର ଆସେ, ନାଁ

ତୁ ଆଜି ବି ପରାଧୀନ ।।


ଆହୁରି ଉତ୍ତର ଆସେ.... 

ସ୍ୱାଧୀନୋତ୍ତର ଭାରତ ଆଜି

ପୁରୁଷର କବଳିତ,

କୁରୁସଭାର ଦ୍ରୌପଦୀ ପରି ଏଠି

ନାରୀ ହୁଏ ନିର୍ଯାତିତ ।।


କନ୍ୟା ଭୃଣହତ୍ୟା ଯୌତୁକ ସମସ୍ୟା

ପୂରି ଅଛି ଏହି ଭାରତେ,

ତଥାପି କହୁଛ ଯାହାନାହିଁ ଭାରତେ

ତାହା ନାହିଁ ମରତେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational