ନାରୀ
ନାରୀ
ଧନ୍ୟ ତୁମେ ନାରୀ ଦୂର୍ଗା ଅବତାରୀ
ଜନମିଛ ଧରା ତଳେ,
ସାରା ଦୁନିଆକୁ ସୃଷ୍ଟିକଲ ହାତେ
ତୁମରି ଶକତି ବଳେ ।।
କେବେ ମାଆ ରୂପେ ପୁଣି କେବେ ପତ୍ନୀ
ଆଉ କେବେ ତ ଭଗିନୀ,
ଯୁଗେ ଯୁଗେ ତୁମ ବାନା ଉଡୁଥାଉ
ମାଁଗୋ ଜଗତ ଜନନୀ ।।
ଲକ୍ଷ୍ମୀବାଈ ସାଜି ଶତ୍ରୁ ସଙ୍ଗେ ଲଢ଼ି
ଦେଶ ପାଇଁ ଦେଲ ପ୍ରାଣ,
ତୁମରି ମହିମା ଏ ସାରା ଜଗତ
ସଦା କରୁଥିବ ଗାନ ।।
ସତୀ ସୀତା ହୋଇ ସତ୍ୟକୁ ଆଦରି
ଦେଲ ଯେ ଅଗ୍ନିପରୀକ୍ଷା,
ପତିବ୍ରତା ସାଜି ସେବାକୁ ଆଚରି
ଜଗତକୁ ଦେଲ ଶିକ୍ଷା ।।
କୁରୁସଭା ତଳେ ବସ୍ତ୍ରକୁ ହରାଇ
ସହିଥିଲ ଅପମାନ,
ତୁମରି ବଳରେ ଭିମଙ୍କ ହାତରେ
ନାଶଗଲା ଦୁର୍ଯ୍ଯୋଧନ ।।
ନାଦିଆ ମୁରାଦ୍, କଳ୍ପନା ଚାୱଲା
ରଖି ଯାଇଛନ୍ତି ନାମ,
ପିଟି ଉଷା, ପିଭିସିନ୍ଧୁ ଓ ମଲାଲା
ସଭିଙ୍କୁ କୋଟି ପ୍ରଣାମ ।।
