STORYMIRROR

Santa Gahir

Fantasy Inspirational Others

4  

Santa Gahir

Fantasy Inspirational Others

ନାରୀ

ନାରୀ

1 min
264


ଧନ୍ୟ ତୁମେ ନାରୀ ଦୂର୍ଗା ଅବତାରୀ 

               ଜନମିଛ ଧରା ତଳେ, 

ସାରା ଦୁନିଆକୁ ସୃଷ୍ଟିକଲ ହାତେ

               ତୁମରି ଶକତି ବଳେ ।।


କେବେ ମାଆ ରୂପେ ପୁଣି କେବେ ପତ୍ନୀ 

              ଆଉ କେବେ ତ ଭଗିନୀ, 

ଯୁଗେ ଯୁଗେ ତୁମ ବାନା ଉଡୁଥାଉ

              ମାଁଗୋ ଜଗତ ଜନନୀ ।।


ଲକ୍ଷ୍ମୀବାଈ ସାଜି ଶତ୍ରୁ ସଙ୍ଗେ ଲଢ଼ି

             ଦେଶ ପାଇଁ ଦେଲ ପ୍ରାଣ,

ତୁମରି ମହିମା ଏ ସାରା ଜଗତ 

              ସଦା କରୁଥିବ ଗାନ ।।


ସତୀ ସୀତା ହୋଇ ସତ୍ୟକୁ ଆଦରି 

            ଦେଲ ଯେ ଅଗ୍ନିପରୀକ୍ଷା,

ପତିବ୍ରତା ସାଜି ସେବାକୁ ଆଚରି

             ଜଗତକୁ ଦେଲ ଶିକ୍ଷା ।।


କୁରୁସଭା ତଳେ ବସ୍ତ୍ରକୁ ହରାଇ

              ସହିଥିଲ ଅପମାନ,

ତୁମରି ବଳରେ ଭିମଙ୍କ ହାତରେ

            ନାଶଗଲା ଦୁର୍ଯ୍ଯୋଧନ ।।


ନାଦିଆ ମୁରାଦ୍, କଳ୍ପନା ଚାୱଲା

             ରଖି ଯାଇଛନ୍ତି ନାମ,

ପିଟି ଉଷା, ପିଭିସିନ୍ଧୁ ଓ ମଲାଲା

             ସଭିଙ୍କୁ କୋଟି ପ୍ରଣାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy