STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମୁକ୍ତିରେ ଆନନ୍ଦ

ମୁକ୍ତିରେ ଆନନ୍ଦ

1 min
38


ରୁଦ୍ଦ ଆଵଦ୍ଦ ପଞ୍ଜୁରୀ ମଧ୍ୟରେ

ପକ୍ଷୀ ଟିର ମନ ମଧ୍ୟରେ ସଞ୍ଚିତ

‌ଆଶା ଅସୁମାରୀ

ନିର୍ଲିପ୍ତ ଆଖିର ପଲକ

ଚାହିଁ ରହିଥାଏ

 ସୁନୀଳ ଗଗନକୁ

ମରୁତକୁ କହି ଉଠେ

ତାରି ମନ ଫରୁଆରେ

ସାଇତି ଥିବା ଅବ୍ଯକ୍ତ ଭାଷା

ଜଡତାକୁ ସାଥୀ କରି

ତୋଳୁ ଥାଏ ନୀରବ ଯନ୍ତ୍ରଣା

ଦୈଵାତ୍ ଖୋଲି ଗଲେ ଦ୍ବାର

ମନରେ ଖେଳି ଯାଏ

 ଅସରନ୍ତି ପୁଲକ

ମୁକ୍ତ ଆକାଶର ନୀଳରେ

ହୋଇ ଉଠେ ରଙ୍ଗାୟିତ

ବିସ୍ତାରିତ ପବନରେ

କୋମଳ ପକ୍ଷକୁ ଆହୁଲା

କରି ମେଣ୍ଟାଏ ମନର ତୃଷ୍ଣା

ମୁକ୍ତ ହୋଇ ଆନନ୍ଦରେ ଉଡିବୁଲେ ଭୂଲି ଯାଏ

   ସବୁ ଦୁଃଖ କଷ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational