STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

କରିବା ବଜ୍ରଶପଥ

କରିବା ବଜ୍ରଶପଥ

1 min
31



ସିନ୍ଦୂରା ଫାଟିଲା ସୁନେଲି କିରଣେ

 ରବି ସାଥେ ଧରା ହସି ଉଠିଲା,

ପକ୍ଷୀ କଳରବେ ଧରାର ମାନବ

  ମନ ଯେ ଚଳଚଞ୍ଚଳ ହୋଇଲା।

କିଏ ନେଇଥିଲା ହରି ସଭିଙ୍କର

  ନିଜସ୍ଵ ଅଧିକାର ପଣ,

ଦେବଦୂତ ରୂପେ ଏ ମର୍ତ୍ତ୍ୟକୁ ଆସି

  କୃପା କଲେ ମହାପୁରୁଷ ଗଣ।

ମାଆ ମାଟି ମାତୃଭାଷା ଆଜି ଆମ

  ଖିଲି ଖିଲି ହସି ହସାଉଛନ୍ତି,

ଏ ଭାରତ ବକ୍ଷୁ ଅମା ଅନ୍ଧକାର

  ଛାୟା ତ ଦୂରେଇ ଯାଉଛନ୍ତି।

ଜନଗଣ ମନ ଅଧିନାୟକ ଯେ

  ବନ୍ଦେ ଉତ୍କଳ ଜନନୀ,

ସର୍ବେଷାଂ ନୋ ଜନନୀ ଭାରତ 

  ବିଶ୍ଵ ବନ୍ଦିତ ଆଜି ମୋ ଧରଣୀ।

ସୁଭାଷ ପଟେଲ ଗାନ୍ଧୀ ଗୋପବନ୍ଧୁ

  ଭରତ ବାଜି ରାଉତ ବୀର,

ରାଣୀ ଲକ୍ଷ୍ମୀବାଇ ତାନ୍ତିଆ ଟୋପେଙ୍କ

   ରହିଛି ଏବେବି ଅମର ସ୍ଵାକ୍ଷର।

ହାତେ ହାତ ଛନ୍ଦି ପାଦେ ପାଦ ବାନ୍ଧି

   କାନ୍ଧରେ କାନ୍ଧ ମିଳେଇ,

ସତ୍ୟ ଶାନ୍ତି ଅହିଂସା ଓ ଧର୍ମ ପଥେ

   ସ୍ଵାଧୀନତାକୁ ରଖିବା ବଞ୍ଚେଇ।




Rate this content
Log in

Similar oriya poem from Inspirational