ଯାଦୁଗର
ଯାଦୁଗର
ହୃଦ କୁଞ୍ଜବନେ ପ୍ରତିଧ୍ୱନିତ ସେଇ ମଧୂର ସ୍ଵର
ମନକୁ କରିଥିଲା ଚୋରି ଏମିତି ସେ ଯାଦୁଗର l
ଶ୍ରାବଣର ପହିଲି ଛୁଆଁ କରିଲା ମୋତେ ଆନମନା
ରୁଣୁଝୁଣୁ ସ୍ୱର ଭରେ ପ୍ରାଣେ ନବ ଉନ୍ମାଦନା l
ଶରତ ଆଗମନେ ଶୁଭ୍ରତା ର ଓଢ଼ଣୀ ତଳେ
ପ୍ରେମର ସୁରଭି ଛୁଟାଏ ହୃଦୟ ତଟନୀ କୂଳେ l
ପ୍ରେମେ ହୋଇ ଆତ୍ମହରା ହସେ ନାଚେ ଖେଳେ
ଶିହରିତ ମୋରତନୁ ତାର କେଉଁ ଯାଦୁ ବଳେ l
ଫଗୁଣ ଆସିଲା ସାଥେ ଧରି ରଙ୍ଗର ପସରା
ସବୁ ଭୁଲି ଲଭନ୍ତି କି ତାବକ୍ଷେ ଆଶ୍ରା !
ସେ ସିନା ଚିତ୍ତଚୋର ଶୂନ୍ୟ ତା ମନଘର
ନ ପାରିଲି ଖୋଜି ସେଠି ସ୍ଥାନ ମୋହର l
ନୟନବାରି ଓଠ ପିଇ ନିରତେ ରହିଲି ଚାହିଁ
ଅବୁଝା କି ବୁଝିଲା ହୃଦୟ ଝୁରେ ତାପାଇଁ l
