ସୁନ୍ଦର ଜୀବନ
ସୁନ୍ଦର ଜୀବନ
ଶାନ୍ତିର ସୁମନ ହୃଦୟ ଓ ମନ
ନଥିଲେ ଖଳ ହୁନ୍ଦର
ଈଶ୍ବର ସମାନ ଶରୀର ପ୍ରମାଣ
ସ୍ବଭାବେ କେଡେ ସୁନ୍ଦର ।
ଭାବର ଅର୍ଚ୍ଚନ ନିବେଶି ବଚନ
ଭକ୍ତି ନିବେଦନ ଥାଳି
ଭରିବ ଅନ୍ତର ଜପିଲେ ମନ୍ତର
ହରିନାମେ ଜପାମାଳି ।
ଗୁରୁ ଜନ ମନ ତୋଷିଣ ନମନ
କରି ଥିଲେ ମଥା ନତ
ପରମ ବନ୍ଧୁର ସାହାରେ ବନ୍ଧୁର
ପଥ ବି ସୁଗମ ସତ ।
କରୁଥିଲେ ଭିକ୍ଷା ମୂଲ୍ୟବୋଧ ଶିକ୍ଷା
ସମସ୍ତଙ୍କ ମେଳେ ମିତ
ସତ୍ୟ ନ୍ୟାୟ ପଥେ ହାତ ଥୋଇ ହାତେ
ସାଧିବା ଜଗତ ହିତ ।
ଆଧ୍ୟାତ୍ମିକ ଭକ୍ତି ଜୀବନର ଶକ୍ତି
ସୁଧାରେ ଯାବତ କର୍ମ
ପ୍ରେମମୟ ସାରା ବହେ ସୁଧା ଧାରା
ସେବା ହିଁ ପରମ ଧର୍ମ ।
ସୁବିଚାର ପଢି ସାଧୁ ମାର୍ଗେ ବଢି
କରିଲେ ସଂସାର ସେବା
ସାର୍ଥକରେ ଗଣ୍ୟ ଜୀବନେ ଏ ଧନ୍ଯ
ଶରଧା ଭାଜନ ହେବା ।
ପ୍ରସନ୍ନ କୁମାର ମାଦଳା