ମୋ ମଥା ଗୁରୁପାଦରେ
ମୋ ମଥା ଗୁରୁପାଦରେ
ଗୁରୁ ଗରୀୟାନ୍ ଗୁରୁ ମହୀ ୟାନ
ଗୁରୁ ସର୍ବ ଶକ୍ତିମାନ
ଗୁରୁ ହିଁ ସାକ୍ଷାତ ଈଶ୍ୱର ମୋ ପାଇଁ
ଗୁରୁ ପଦେ ମୋର ଧ୍ୟାନ।
ଗୁରୁ ସର୍ବ କର୍ତ୍ତା ଚଉବର୍ଗ ଦାତା
ଗୁରୁ ହିଁ ମୋ ପିତା ମାତା
ଅଜ୍ଞାନ ଅନ୍ଧାର ଦୂର କରିଥାନ୍ତି
ମୋ ଗୁରୁ ବିଶ୍ଵ ନିଅନ୍ତା।
ଗୁରୁ ମୋ ଅନ୍ତରେ ଗୁରୁ ମୋ ବାହାରେ
ଗୁରୁ ମୋ ଜୀବନ ଦାତା
ତାଙ୍କ ପାଦ ସେବି ଏ ଧରାଧାମ ରେ
ହେବି ମୁଁ ଜଗତଜିତା।
ଗୁରୁ ନାମ କାତ ମୋ ଜୀବନ ପୋତ
ଧରିଛି ମୁଁ ଆଣ୍ଟ କରି
ପାରି ହେବି ବୋଲି ସଂସାର ବାରିଧି
ଗୁରୁ ନାମ ମୁଖେ ଧରି।