Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Inspirational

3  

Dr. Rajib Lochan Panigrahy

Inspirational

ତ୍ରିରଙ୍ଗା ଆମର ବଡ଼ ସୁନ୍ଦର

ତ୍ରିରଙ୍ଗା ଆମର ବଡ଼ ସୁନ୍ଦର

1 min
136


ତ୍ରିରଙ୍ଗା ଆମର ବଡ ସୁନ୍ଦର

ତ୍ରିରଙ୍ଗା ଆମର ବଡ ସୁନ୍ଦର

ତିନି ରଙ୍ଗେ ଶୋଭା ତାର ଶରୀର

ସେ ନୁହେଁ ତିନି ରଙ୍ଗ ଥାଇ

ଯୋଡ଼ା ଖାଲି ଖଦଡ଼

ତାକୁ ଦେଖିଦେଲେ

ସବୁ ଦୁଃଖ ଦୂର ହୁଏ ଆମର ।

ଆସିଯାଏ ଭାଇଚାରା ଭାବ

ଜାତି ଧର୍ମ ବର୍ଣ୍ଣ ଭୁଲି ଯାଇ ସବୁ

ହୋଇଯାଉ ଆମେ ସବୁ ଏକାକାର 

ଆମ ଜାତୀୟ ପତାକା ଭାରି ସୁନ୍ଦର ।

ତା ତଳେ ରହି ଗାଉଥିଲେ ଗୀତ

ମନଟା ହୁଅଇ ବଡ ମଧୁର,

ତ୍ରିରଙ୍ଗା ଦେଖିଲେ ଆପେ ଉଠେ ହାତ

କରିବାକୁ ସାଲୁଡ଼ ଅବା ନମସ୍କାର,

ନତ ହୁଏ ମଥା ଦେଉ ସମ୍ମାନ ।

ତା ତଳେ ଥିଲେ ଯେତେ ବୀର ଗାଥା

ପଡ଼ିଯାଏ ସବୁ ମନେ,

ସଂଗ୍ରାମୀ ଆମର କେତେ ଲଢ଼ିଥିଲେ

କରିଥିଲେ ଆମ ଦେଶ ସ୍ୱାଧୀନ ।

ଉଚ୍ଚା ରଖିବାକୁ ତ୍ରିରଙ୍ଗା ଆମର

ଜାଗ୍ରତ ପ୍ରହରୀ ସୈନ୍ୟ ଆମର,

ବୀରତ୍ୱ ସେମାନେ ଦେଖନ୍ତି ସୀମାରେ

ରଖିବାକୁ ସୁରକ୍ଷିତ ଦେଶ ଆମର

ତାଙ୍କର ଅନିଦ୍ରା ପରିବାର ତ୍ୟାଗ

ଶାନ୍ତିରେ ଶୁଆଏ ଘରେ ଆମର ।



Rate this content
Log in

Similar oriya poem from Inspirational