STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପୁସ୍ତକ

ପୁସ୍ତକ

1 min
269


ଯହିଁ ପୁସ୍ତକରେ ଜ୍ଞାନର ସେ ଜ୍ୟୋତି 

   ନିର୍ମିତଟି ଶିକ୍ଷାପାଇଁ,

ଧ୍ୟାନରେ ପଢିଲେ ଜ୍ଞାନ ବୃଦ୍ଧି ହୁଏ

   ରାଷ୍ଟ୍ରର ନିର୍ମାଣ ପାଇଁ।


ରଚନା ତାହାର ମୁନି ଋଷି ଦ୍ବାରା

   କରିଛନ୍ତି ଜ୍ଞାନୀ ଜନ,

କାହାଣୀ କବିତା ପୁସ୍ତକେ ରହିଛି

   ରଞ୍ଜିତ କରେଟି ମନ।


ପୌରାଣିକ ଜ୍ଞାନ ପୁସ୍ତକେ ରହିଛି

  ତହିଁ ଅଛି ସତ୍ୟ ଜ୍ଞାନ,

ଧର୍ମ ଓ ଅଧର୍ମ ପୁସ୍ତକେ ବର୍ଣ୍ଣିତ

  ରହିଅଛି ଶାସ୍ତ୍ର ଜ୍ଞାନ।


ତ୍ୟାଗ ବଳିଦାନ ନ୍ୟାୟ ଓ ଅନ୍ୟାୟ

  ପୁସ୍ତକେ ପ୍ରାପ୍ତି ଟି ହୁଏ,

ରାଷ୍ଟ୍ର ଭକ୍ତି ପ୍ରୀତି ରହିଛି ପୁସ୍ତକେ

  ରାଷ୍ଟ୍ର ଭକ୍ତି ପ୍ରାପ୍ତି ହୁଏ।


ଗୀତ ଭାଗବତ ପୁସ୍ତକ ଭାଇମୋ

   ରହିଅଛି କର୍ମ ଜ୍ଞାନ,

ସେହୁ କର୍ମ ଜ୍ଞାନ ଦିଏରେ ପ୍ରେରଣା

   ଅହିଂସାର ମନ୍ତ୍ର ଜ୍ଞାନ।


ବିଜ୍ଞାନ ପୁସ୍ତକ ଦିଏ ଟି ଜ୍ଞାନରେ

  ବୈଜ୍ଞାନିକ ହେବା ପାଇଁ,

ଇତିହାସ ପରା ରହିଛି ପୁସ୍ତକେ

  ଅତୀତର କଥା ପାଇଁ।


ବିଭିନ୍ନ ଶ୍ରେଣୀର ପୁସ୍ତକ ଟି ଯହିଁ

  ନିର୍ମିତ ଟି ଜ୍ଞାନୀ ଦ୍ବାରା,

ଜ୍ଞାନର ପ୍ରଦୀପ ଅଙ୍କୁରିତ ତହିଁ

   ଗୁରୁ କହୁଥାନ୍ତି ସାରା।


ଆଦର୍ଶ ବ୍ୟକ୍ତିତ୍ୱ ନିର୍ମାଣ କରନ୍ତି

  ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରେ,

ପୁସ୍ତକେ ରହିଛି ଜ୍ଞାନ ଓ ବିଜ୍ଞାନ

  ରାଷ୍ଟ୍ରର ନିର୍ମାଣ କ୍ଷେତ୍ରେ।


ଶିକ୍ଷାର ନିମନ୍ତେ ପୁସ୍ତକ ଜରୁରୀ

  ଜରୁରୀ ଶିକ୍ଷକ ତହିଁ,

ପ୍ରଭୁ ଭକ୍ତି ପ୍ରୀତି ଦିଏ ଗୃହ ଜ୍ଞାନ

  ସେବା ଜ୍ଞାନ ଦିଏ ତହିଁ।


ପିତୃମାତୃ ଭକ୍ତି ଗୁରୁଜନେ ପ୍ରୀତି

  ରହି ଅଛି ପୁସ୍ତକରେ,

ଅଟେଟି ଅମୂଲ୍ୟ ପୁସ୍ତକ ଜୀବନେ

  ଶ୍ରଦ୍ଧା ରହୁ ନିରନ୍ତରେ।


ପୁସ୍ତକର ବିନୁ ଜୀବନ ଅନ୍ଧାର

  ସୂର୍ଯ୍ୟର କୀରଣ ଏହୁ,

ଜ୍ଞାନର ସାଗର ପୁସ୍ତକ ଭଣ୍ଡାର

  ତାର ପ୍ରତି ପ୍ରେମ ରହୁ।


ଦେବୀ ବୀଣାପାଣି ସୁଦୟା କରିବେ

  ଧ୍ୟାନ ପୁସ୍ତକରେ ରହୁ,

ଜ୍ଞାନର ଜ୍ୟୋତିରେ ହେବ ଆବିର୍ଭାବ

  ଜଗନ୍ନାଥେ ଭକ୍ତି ରହୁ।




ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract