ସାଧନା
ସାଧନା
ଭକ୍ତି ଶକ୍ତି ତୋ'ର
ପ୍ରମାଣ କରିଲୁ
ଅଖଣ୍ଡ ସାଧନା କରି ।
ଜ୍ଞାନ ଚକ୍ଷୁ ତୋ'ର
ଖୋଲିଲୁ ମା'ଲୋ
ନିଜକୁ ପରୀକ୍ଷା ଦେଇ ।
ସଂସାର ହିତରେ
ଆନନ୍ଦର ବାର୍ତ୍ତା
ଯୁଗ ଯୁଗଟି ପାଇଁ ।
ନିଜେ ସୃଷ୍ଟି ପୁଣି
ନିଜର ବାରତା
ସଂସାର କୁ ଦେଲୁ ଆଣି ।
ନବ ଦୂର୍ଗା ନାମ
ସାର୍ଥକ କରିଲୁ
ବ୍ରହ୍ମଚାରିଣୀ ନାମ ଧାରୀ।
