STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ହଟିଯିବ ସବୁ ଦୁଃଖ

ହଟିଯିବ ସବୁ ଦୁଃଖ

1 min
185

ଆଣ୍ଡ୍ରଏଡ ସେଟ୍ ଏବେ ମୋ ନିଜର

ଦିଏ କରୋନା ଖବର

ଦେଶ ହାଲଚାଲ ରାଜ୍ୟ ହାଲଚାଲ

ଶ୍ରବଣେ କର୍ଣ୍ଣ ବଧିର।


ଅମାନିଆ କେତେ ଫରକ୍ ନ ପଡେ

ତାଲାବନ୍ଦ ଆଖି ଠାର

ପୁଲିସ୍ ମାମୁଙ୍କ ହାବୁଡ଼େ ପଡ଼ିଲେ

ବାଜଇ ଠେଙ୍ଗା ପାହାର।


ଗରିବ ଗୁରୁବା ଦେଶର ଜନତା

ବିଧବା, ବରିଷ୍ଠ, ଚାଷୀ

ଶ୍ରମିକ,ସେବକ ସମସ୍ତଙ୍କ ଲାଗି

ପ୍ୟାକେଜ ଆଣିଛି ଖୁସି।


ଚାଉଳ,ଗହମ ଡାଲି ପେନସନ

ମାଗଣା ଜାଳେଣି ଗ୍ୟାସ

ତିନିମାସ ପାଇଁ ସାହାରା ହୋଇବ

ତାଲାବନ୍ଦ ହେବ ପାସ୍।


ଏହି ସଙ୍କଟରେ ବିରୋଧୀ ବାଲାଏ

ପ୍ରଶଂସାରେ ଶତମୁଖ

ଲାଗୁଛି ଆସୁଛି ଭଲବେଳା ଏବେ

ହଟିଯିବ ସବୁ ଦୁଃଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract