ଏବେ ଗାଁ ପରl ସହର ସହର ବାସୁଛି -
ଏବେ ଗାଁ ପରl ସହର ସହର ବାସୁଛି -
ବଉଳ ତୁମେ ଏତେ ଡାକୁଛ
ମୁହଁରେ ନହେଲେ ମନରେ ତ ଡାକୁଛ ଗାଁ କୁ
ମୁଁ ଆସିବି ଦିନେ ନିଶ୍ଚୟ
ପୁଅ -ଝିଅ ଙ୍କ ପାଠ ପଢ଼ା ଖର୍ଚ୍ଚ
ଟ୍ୟୁସନ ଫିସ ,ଭଡା ଘର ନେଇ
ମୁଁ ବି ଧନ୍ଧି ହେଉଛି
ବଉଳ ତୁମେ ଏତେ ଡାକୁଛ ଯଦି
ମୁଁ ନିଶ୍ଚୟ ଯିବି ଗାଁ କୁ
ହେଲେ ଏବେ ଗାଁ ପରା ସହର ସହର
ବାସୁଛି
ଏବେ ମାଳତୀ ବୋଉ ଦୁଇ ମିନିଟ
ମ୍ୟାଗି ତିଆରି କରୁଛି
ପିଠା ଖାଇବାକୁ ଛୁଆମାନେ
ମଙ୍ଗୁ ନାହଁlନ୍ତି
ସହର ହେଉ କି ଗାଁ ହେଉ
ନାରୀ ଟି ସବୁବେଳେ ଧନ୍ଧିହୁଏ
ଅନେକ ଦୁଷ୍ଟ ହାତ ତା ପାଇଁ
ଅପେକ୍ଷା ରତ ଥାଆନ୍ତ
ବଉଳ ତୁମେ ଡାକୁଛ ଏତେ ପ୍ରୀତିରେ
ଜୁଇ ,ଯାଇ ହେନା ର ମହକ
ମତେ ଆହ୍ଲାଦିତ କରୁଛି
ମୁଁ କଣ ଯାଇ ପାରିବି
ସେ ପକ୍ଷୀଗୀତ ଶୁଣିବାକୁ
ସବୁ ଗାଁ ପରା ସହର ସହର ବlସୁଛି
