Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Abstract

3  

Kalyani Nanda

Abstract

ମାନବ ଓ କରୋନା

ମାନବ ଓ କରୋନା

1 min
233


ହଠାତ୍ ଆଶ୍ଚର୍ଯ୍ଯ, ଚକିତ , ସ୍ତବ୍ଧ ଏ ସମଗ୍ର ବିଶ୍ବ,

କାହିଁକି, କଣ ପାଇଁ ହୁଲସ୍ତୁଲ ହୋଇପଡିଛି ଏ ସଂସାର,

କରୋନା ମାତିଛି ,ଭୟଙ୍କର ତା ଗତିବିଧି ,

କିଏ, କିପରି, କେମିତି ମାତିଛି ? କିଏ ଏଇ କରୋନା?

ପ୍ରଶ୍ନ ର ଗନ୍ତାଘର , ଆତଙ୍କିତ ଜନତା, କଂପିତ ହୃଦୟ,

ବ୍ଯସ୍ତ, ତ୍ରସ୍ତ କରିଛି ପ୍ରତିଟି ହୃଦୟ ର କୋଣ, ଅନୁକୋଣ ।


ମାତିଛି, ମାଡି ଚାଲିଛି, ବୀର ଦର୍ପ ରେ ମାନବର ଅସ୍ଥି ମଜ୍ଜା ଉପରେ,

ଦଳି, ମକଚି ,ସମଗ୍ର ବିଶ୍ବର ଛାତି ଉପରେ ,

ଦର୍ପିତ ହସର ଧ୍ବନି କଲିଜା ଥରାଇ ଦେଉଛି,

କିନ୍ତୁ କାହିଁକି ଏ ଭୟ ?କାହିଁକି ଏ ଭୀତତ୍ରସ୍ତ ଜନତା ?

କରୋନା କି ଏତେ ଶକ୍ତିଶାଳୀ ?

ଉନ୍ନତ, ବିଚକ୍ଷଣ ମାନବ କୁ କରି ପାରିବ ଦିଗ ଭ୍ରଷ୍ଟ ?


ସମଗ୍ର ସଭ୍ଯ ମାନବ ଜାତି ପାଇଁ ,

କରୋନା କି ପାଲଟିବ ସତର୍କ ଘଣ୍ଟି ?

ପାରିବ କି ମୂଳୋତ୍ପାଟନ କରି ,

ସମଗ୍ର ଉନ୍ନତ, ବୁଦ୍ଧିଜୀବି ମାନବ ଜାତି କୁ ?

ଏତେ ଭୀତୁ, ବୁଦ୍ଧି ହୀନ,ପରାକ୍ରମ ହୀନ, ନୁହେଁ ଯେ ମାନବ ।

ନିଜ ଧ୍ବଂସ ଅଗ୍ନି ଜଳିବା ପୂର୍ବ ରୁ ,

ଜାଳି ଦେବ କରୋନା ର ଦର୍ପ, ଅହମିକା ,

ଲିଭିଯିବ କରୋନା ର ଅସ୍ତିତ୍ବ,

ଏତିକି ଆଶା, ବିଶ୍ବାସ ଅଛି ମନୁଷ୍ଯ ର ମନୁଷ୍ଯତ୍ବ ର ,

ହୋଇପାରେ ଦୁଃସାଧ୍ଯ, କଷ୍ଟ ସାଧ୍ଯ, କିନ୍ତୁ ନୁହେଁ ଯେ ଅସାଧ୍ୟ,

ଏକତା ର ଶସ୍ତ୍ରେ , ଦୃଢ ଆତ୍ମ ବିଶ୍ୱାସ ବଳେ ,

ହେବ ନିଶ୍ଚେ ଦିନେ ଏଇ ଦୁର୍ଦ୍ଦାନ୍ତ କରୋନା ପରାଜିତ ।



Rate this content
Log in

Similar oriya poem from Abstract