Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦ

1 min
684


ବଙ୍ଗଦେଶେ ଅଠରଶ ତେଷଠି ଜାନୁଆରୀ ବାର ଦିନ

ନରେନ୍ଦ୍ର ନାଥ କଲେ ବିଶ୍ୱନାଥ ଦତ୍ତଙ୍କ କୋଳ ମଣ୍ଡନ ।

ଏକବିଂଶ ବର୍ଷେ ହେଲେ ପିତୃହୀନ ଦାରିଦ୍ର୍ୟର ପ୍ରପୀଡିତ

ଉଚ୍ଚ ମନା ସିନା ଦୁର୍ଦିନରେ ହୁଏ ପୂର୍ଣ୍ଣରୂପେ ପ୍ରସ୍ଫୁଟିତ ।

ଦକ୍ଷିଣେଶ୍ୱରର ପୁଣ୍ୟାତ୍ମା ଗୁରୁ ରାମକୃଷ୍ନ ପରମହଂସ

ପଟ୍ଟଶିଷ୍ୟ ତାଙ୍କ ରକ୍ତ କଫ ପିଇ ପ୍ରମାଣ ଦେଲ ହେ ଶୀର୍ଷ ।

ଅନୁସନ୍ଧିତ୍ସା ଚରମ ଯାହାର ଆଧ୍ୟାତ୍ମିକତାର ପଥେ

ସଦଗୁରୁ ବିନା କିଏ ବା କରନ୍ତା ପ୍ରବେଶି ହୃଦୟ ରଥେ ।

ଅଠରଶ ତେୟାନବେରେ ଚିକାଗୋ ଧର୍ମସଭା ଆୟୋଜନ

ମଣିକାଂଚନ ସଂଯୋଗେ କରିଲ ଧରମର ବ୍ୟାଖ୍ୟାନ ।

ହେ ମୋର ପ୍ରିୟ ଆମେରିକା ଭାଇ ଭଉଣୀ- ଉଦାତ୍ତ ବାଣୀ

ପ୍ରତିନିଧିତ୍ୱ କରି ହିନ୍ଦୁତ୍ୱର ଜଗତ ଆଗେ ବଖାଣି ।

ସତ୍ୟ ଉପରେ ଆଧାରିତ ଏହା ହିଂସାର ସ୍ଥାନ ନାହିଁ

ଦୟା କ୍ଷମା ଶାନ୍ତି ମୈତ୍ରୀ ସହାନୁଭୂତିର ବାରତା ଦେଇ ।

'ପ୍ରାଚ୍ୟ ଓ ପାଶ୍ଚାତ୍ୟ' 'ପରିବ୍ରାଜକ' ଯେ 'ବର୍ତ୍ତମାନର ଭାରତ'

'ବେଦାନ୍ତ'ର ବାଣୀ ଦୀକ୍ଷାନ୍ତ ଭାଷଣ ଭ୍ରମିଲ ସାରା ଭାରତ ।

କନ୍ୟା କୁମାରୀର ସାଗର ମଧ୍ୟରେ ତପସ୍ୟା କରିଲ ଯାଇ

ଯୁବ ଗୋଷ୍ଠୀରେ ଉନ୍ମାଦନା ଭରି ଭାରତ ଗଢିବା ପାଇଁ ।

ଉନବିଂଶ ଦୁଇ ଜୁଲାଇର ଚାରି ହେଲ ବିଭୁ ପାଦେ ଲୀନ

'ଯୁବା ଦିବସ'ରେ ସ୍ମରଣ କରୁଛୁ ବିବେକାନନ୍ଦ ମହାନ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in

Similar oriya poem from Inspirational