STORYMIRROR

Binata Mohanta

Classics

3  

Binata Mohanta

Classics

ଗୋଲାପୀ

ଗୋଲାପୀ

1 min
167

ଗୋଲାପୀ ରଙ୍ଗ ସୁଚାଏ ଦୟା ପ୍ରେମ ମହତ୍ତ୍ଵ

ଏହି ରଙ୍ଗ ଧାରଣ କରି ବରଷାଅ କୃପା ଅମୃତ ।


ପ୍ରସନ୍ନ ଚିତ୍ତେ ମାଗୋ କର ଗୋଲାପୀ ବସ୍ତ୍ର ଧାରଣ

ପ୍ରେମାଶିଷ ବରଷାଇ କର ସମସ୍ତ କଷ୍ଟ ନିବାରଣ ।


ତୁମ ଆଗମନ ବାରତା ଉତ୍ସାହ ଉତ୍କଣ୍ଠା ଦିଏ ମନେ

କରୁଛୁ ସ୍ବାଗତ ମାଗୋ ଘଣ୍ଟଘଣ୍ଟା ଶଂଖ ହୁଳହୁଳି ତାନେ ।


ହସ୍ତେ କମଳ ଧରି ସୁଖ ଶାନ୍ତି ବରଷାଅ

ଶକ୍ତି ସ୍ବରୂପିଣୀ ମାଗୋ ଅନ୍ନପୂର୍ଣ୍ଣା ବୋଲାଅ ।


Rate this content
Log in

Similar oriya poem from Classics