Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Classics

4.3  

BISWESWAR MAJHI

Classics

ରଜ: ଅନନ୍ୟ ପର୍ବର ପରମ୍ପରା

ରଜ: ଅନନ୍ୟ ପର୍ବର ପରମ୍ପରା

1 min
24.1K



ଗରଭ ଧାରଣ ପାଇଁ ନାରୀଟିଏ ରଜସ୍ୱଳା ଯେହ୍ନେ ହୋଇ 

ପ୍ରକୃତି ପୁରୁଷ ମିଳନର ଗାଥା ରଜ ପର୍ବ ଯାଏ କହି ।

 ବାରିଧାରା ଯଥା ରେତ ବିନ୍ଦୁ ପରି ଧରଣୀ ବୁକୁରେ ପଡି

ଫଳିବ ଫସଲ କୃଷକ ଆନନ୍ଦେ ପରଂପରା ଅଛି ଗଢି ।


ସକଳ ରମଣୀ ଧରଣୀ ପ୍ରତୀକ ରଜସ୍ୱଳା ମାନ୍ୟ କରି

ବିଶ୍ରାମ ଦେବାକୁ ବିଧାନ ହୋଇଛି ରଜ ତିନିଦିନ ଧରି ।

କଟା ବଟା ଠାରୁ ରନ୍ଧନ କୂପରୁ ଜଳ ନିଷ୍କାସନ ଆଦି

ତିନିଦିନ କିଛି କାର୍ଯ୍ୟ ହେବନାହିଁ ପୂଜନ ନୁହେଁ ଦେବାଦି ।


ଦିନକ ଆଗରୁ ତିନି ଦିନ ପାଇଁ ପ୍ରସ୍ତୁତିଟି ସଜବାଜ

ମିଥୁନ ସଂକ୍ରାନ୍ତି କେନ୍ଦ୍ର ବିନ୍ଦୁ ତା'ର ତିନିଦିନ ପାଳୁ ରଜ ।

ପହିଲି ରଜର ପରଦିନ ପଡେ ରଜ ସଂକ୍ରାନ୍ତି ଅବଧି

ଋତୁମତୀ ଅନ୍ତ ତୃତୀୟ ଦିବସ ଭୂଦହନର ବିଧି ।


ତହିଁ ପରଦିନ ପ୍ରାତରୁ ଭୂମିର ସାଂକେତିକ କରଷଣ

ଶିଳପତା ସହ ଲଂଗଳ ମୁନର ପୂଜନ ବିଧିଟି ଜାଣ ।

ବିଶ୍ୱେ ଅଦ୍ୱିତୀୟ ବିଜ୍ଞାନୀ ଓଡିଆ ନିଆରା ବିଧାନ କରି

ନବ ବସ୍ତ୍ର ପରିଧାନ ସାଥେ ସାଜ ଶୃଂଗାର ବିଧାନ ନାରୀ ।


ଲୁଡୁଖେଳ ଝୁଲଣରେ ଝୁଲି ଝୁଲି ମକର ମିତଙ୍କ ସାଥେ

କୁମାରୀର ଦିନ କଟିଯାଏ ପର୍ବେ ରଜ ପାନ ଥାଏ ହାତେ ।

ଗୁଆଖୋଳ ଚଟି ପାଦରେ ପିନ୍ଧନ୍ତି ଧରାକୁ ନକରି ସ୍ପର୍ଶ 

ପ୍ରେମିକା ପ୍ରେମିକ ଭାବ ଦିଆ ନିଆ ଅପେକ୍ଷା ଆଗାମୀ ବର୍ଷ।


ସେ କାଳ ପଖାଳ ଗଲାଣି ରାଇଜୁ ଗାଆଁ ହେଲା ବିଷମୟ 

ରାଜନୀତି ପଶାପାଲିରେ ଗଡୁଛି ଛୁଟୁଛି ମଦର ସୁଅ ।

ରଜପର୍ବ ଭେଣ୍ଟିଲେଟରରେ ପଡି କୋମାରେ ଗଣୁଛି ଦିନ

ସହରୀ ସଭ୍ୟତା ସବୁ ଖାଇଦେଲା ପାର୍ବଣ ହୀନିମାନ।


ସଜବାଜ ଆସେ ବିପଣୀ ମଲ୍ ରେ କିଣାବିକା ବଢିଯାଏ

ଫେସବୁକରେ ଫଟୋ ଛାଡିଦେଲେ ରଜପର୍ବ ହୋଇଯାଏ ।

ପର୍ବ ପାଇଁ ସିନା ସଜବାଜ ଏତେ ପରବର ଦେଖା ନାହିଁ

ବିଶ୍ୱେ ଅଦ୍ୱିତୀୟ ରଜ ପର୍ବ ଅଣ୍ଟା ଭିଡିବା ସୁରକ୍ଷା ପାଇଁ ।

  


Rate this content
Log in