ହାଲ୍ ଉଇନ୍
ହାଲ୍ ଉଇନ୍
ରୁମ୍ ସୁମ୍ ରାତିରେ,ଆକାଶର ଛାତିରା
ବାଦୁଡିଙ୍କ ଚେଁ ଚାଁ ଶୁଭୁଥିବ ଯେବେରେ,
ଆକାଶରେ ଜହ୍ନଟା ହସୁଥାଏ ଦୂରରେ,
ଏମିତିକା ରାତିଆସେ ଅକ୍ଟୋବର ଶେଷରେ |
ଏରାତିଟା ଖାସ୍ ଖାଲି ହାଲ୍ ୱିନ ପାଇଁକି,
କବରଭିତରୁ ସିଏ ଆସିଥାନ୍ତି ଚିହିଁକି |
ଆଲୋକମାଳାରେ ଚର୍ଚ୍ଚ ଝିଲ୍ ମିଲ୍ କରଇ,
କବରରୁ ଉଠି ଭୁତ ଖିଲ୍ ଖିଲ୍ ହସଇ |
ବିଦେଶୀଙ୍କ ପର୍ବ ଇଏ ବିଦେଶୀଙ୍କ ଢ଼ଞ୍ଚାରେ,
ଘୋଷ୍ଟପାଇଁ ଏହିଦିନ ପାଳିଥାନ୍ତି ଖୁସିରେ |
କଖାରୁରେ ଆଙ୍କି ନାନା ଘୋଷ୍ଟ ଚିତ୍ର ରଖନ୍ତି,
ଖ୍ରୀଷ୍ଟିୟାନମାନେ ଏହା ଖୁସିମନେ ପାଳନ୍ତି |

