ବୀର ଭଗତ ସିଂହ ୪
ବୀର ଭଗତ ସିଂହ ୪
ପଞ୍ଜାବ ପ୍ରଦେଶେ ରାୟପୁର ଗ୍ରାମେ
ଏକ ଶିଖ ପରିବାରେ
କିଶନ ସିଂହ ଓ ମାତା ବିଦ୍ଯାବତୀ
ଦ୍ବିତୀୟ ପୁତ୍ର ଭାବରେ ॥
କରିଲେ ତୁମ୍ଭଙ୍କୁ କୋଳରେ ଧାରଣ
ଶୈଶବ ର ଚପଳତା
କାଳେ ତୁମ୍ଭେ ସଦା ଚିନ୍ତୁ ଥିଲ ମନେ
ଦେଶ ପାଇଁ ସ୍ବାଧୀନତା ॥
ଆଶୈଶବୁ ତବ ଦେଶ ପ୍ରେମ ଭାବ
ଜାତୀୟ ମୁକ୍ତି ସଂଗ୍ରାମେ
ଝାସ ଦେଲ କଲ ବହୁ ଆନ୍ଦୋଳନ
ଫିରିଙ୍ଗି ଫନ୍ଦି ଲଙ୍ଘନେ ॥
