ଅପେକ୍ଷା -୧
ଅପେକ୍ଷା -୧
ଛଳ ଛଳ ନୟନେ ଚାହିଁଛି ବାଟ ତୁମରି
କେଉଁ ରାଇଜେ ରହିଲ ମଗନ ଆସିଲନି ଫେରି l
ଆଖିଲୁହ ଆଖିରେ ମଲାଣି ପଥ ପଡିଛି ଶୂନ୍ୟ
ଅମାନିଆ ପବନଟା ଲିଭେଇଲାଣି ତୁମ ପାଦ ଚି଼ହ୍ନ l
ଅପେକ୍ଷାର ବୟସ ବଢ଼ି ବଢ଼ି ଚାଲେ ସମୟ ସାଥେ
ପ୍ରୀତିଫୁଲ ମୋର ଦୁଃଖରେ ମଉଳେ ଧରିଥିଲି ହାତେ l
ଆସିବା ଖବର ଦେଲନାହିଁ କାହିଁ କରିଛ ମାନ
ପ୍ରାଣ ପ୍ରିୟା ବୋଲି ଦେଖାଇଥିଲ କେତେ ସପନ l
ସବୁ ଋତୁ ଆସି ଛୁଇଁ ଚାଲିଗଲେ ବାଟେ
ଅଫେରା ପ୍ରେମିକ କଥା ଦେଇ ଫେରେନାହିଁ ମୋଟେ l
ହୃଦୟ ବେଦିରେ ଜାଳି ପ୍ରେମର ଅଲିଭା ଦୀପାଳି
ଫେରିଆସ ଥରେ ଦେଖିଯିବ ମରୁଛି ଝୁରି ଝୁରି l
