Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଟିକି ଚଢେଇ

ଟିକି ଚଢେଇ

1 min
6.7K


ପ୍ରଶାନ୍ତ କୁମାର ଦାଶ


ଟିକି ଚଢେଇ ଡେଣା ବାଡେଇ

କୁଆଡେ ଯାଉ ଉଡି

ଦୂର ଆକାଶେ ମନ ହରଷେ

ଯେମିତି ଛୁଟେ ଗୁଡ଼ି l

ଆ’ ରେ ଆ ତୁ ମୁଁ ମିଶି

ଖେଳିବା ଖେଳ ଏଠି

ଖୁସିରେ ଦେବି ଖାଇବୁ ତୁହି

ଫଳ, ଚାଉଳ ମୁଠି l

ଲାଗିଲେ ଶୋଷ ଭୁଲିତୁ ରୋଷ

ମାଗିବୁ ଟୋପେ ପାଣି

ଦେବିରେ ତୋତେ ମଧୁର ପାଣି

ଟିକି ନଈରୁ ଆଣି l

ଟିକି ଚଢେଇ ଥଣ୍ଟ ବଢେଇ

ଗାଆରେ ପଦେ ଗୀତ

ତୋ ଗୀତ ଶୁଣି ନାଚି ଉଠିବ

ପୁଲକେ ମୋର ଚିତ୍ତ l

ଯାଆ ନା ଉଡି ନୀଳ ଆକାଶେ

ରହରେ ଟିକେ ରହ

ମଜା ମଉଜେ କୁନି ପାଟିରେ

ତୋ କଥା ଟିକେ କହ l

ବୁଡିଲେ ବେଳ ସାରିକି ଖେଳ

ଯିବୁରେ ଘରେ ରହି

ଦେବିରେ ମିଠା କୋଳି ଓ ଫଳ

ମାଆକୁ ମୋର କହି l

ଟିକି ଆଖିକୁ ଆସିଲେ ନିଦ

ପଡିବୁ ଧନ ଶୋଇ

ଆ’ ରେ ଆ ଟିକି ଚଢେଇ

ଆମ କୁଣିଆ ହୋଇ l

ଭଲ ଲାଗୁନି ମନ ଜଗୁନି

ଲାଗୁଛି ଖାଲି ଦୁଃଖ

ଆସିଲେ ତୁହି ଭୁଲିବି ସବୁ

ପାଇବି ମୁହିଁ ସୁଖ l

ଟିକି ଚଢେଇ ଡେଣା ବାଡେଇ

ଉଡି ଯାଆନା ତୁହି

ବହୁତେ ଦୂରେ ଡାକୁଛି ତୋତେ

ରହିଚି ଚାହିଁ ମୁହିଁ l


Rate this content
Log in

Similar oriya poem from Children