Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sambit Srikumar

Abstract Tragedy Classics

4.3  

Sambit Srikumar

Abstract Tragedy Classics

ମାଟି

ମାଟି

1 min
263


ମାଟିର ଏ ଘଟ

ଦିନେ ମାଟିରେ ହିଁ ମିଶିବ

କାହିଁ ପାଇଁ ତେବେ

ତୁଛା ଏତେ ଆମର ଗରବ?

ମାଟିରୁ ହିଁ ସୃଷ୍ଟ

ଏ ସଂକ୍ଷିପ୍ତ ଜୀବନ ନାଟକ

କାହିଁ ପାଇଁ ବାନ୍ଧ ଆଣ୍ଟ

ଜାଣିବା ସବୁ ଅଳିକ କ୍ଷଣିକ?

ମାଟିର କଣ୍ଢେଇ ସମ

କ୍ଷଣ ଭଙ୍ଗୁର ଏ ରୂପକଳ୍ପ

ଏଇ ଅଛି ଏଇ ନାହିଁ ଶ୍ଵାସ

ପବନକୁ କି ଅବା ବିଶ୍ବାସ?

ମାଟି ହିଁ ସତ୍ଯ

ଜଗତର ଅନ୍ତିମ ଆଶ୍ରୟ

ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ପ୍ରତିପତ୍ତିର

ତା ପାଶେ ନାହିଁ ବାଛ ବିଚାର।

#ସିଧାକଥା


Rate this content
Log in