Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଉଦାର ଭାନୁ

ଉଦାର ଭାନୁ

1 min
6.9K


ପ୍ରଦୀପ୍ତ କୁମାର ବାରିକ

ଅରୁଣ କିରଣେ ଉଜ୍ଜ୍ଵଳ

ଦିଶେ ସାରା ଗଗନ,

ସକାଳରୁ ସଞ୍ଜ ସଫେଦ

ପରା ଧରା ଆନନ ।

ଜୀବଜନ୍ତୁ ପକ୍ଷୀ ପାଦପ

ନଦୀ ସାଗର ତନୁ,

ଉଲ୍ଲସିତ ଦେଖ ସରବେ

ପାଇ କିରଣ ରେଣୁ ।

ନାହିଁ ଅବସାଦ ନାହିଁ ଆଳସ୍ୟ

ନାହିଁ ଅନୁଶୋଚନା,

ବିଶ୍ଵ ଚରାଚରେ ରବିଙ୍କ

ନାହିଁ ଭେଦ ଭାବନା ।

ଯଶ ଖ୍ୟାତି ଲାଭ ଲୋଭରେ

ଭାନୁ ନୁହନ୍ତି ବଶ,

ରଶ୍ମି ବିତରଣେ ଲଭନ୍ତି

ରବି ଆତ୍ମସନ୍ତୋଷ ।

ନୀଚ ସ୍ଵାର୍ଥେ ବନ୍ଦୀ ଜୀବନ

ହୁଏ ନରକ ସମ,

ଜଗତ କଲ୍ୟାଣେ ଲଭନ୍ତା

ସିନା ସୁଖ ଅସୀମ ।


Rate this content
Log in

Similar oriya poem from Classics